ଝୁମ୍ପୁରା: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ପଳାଶପଙ୍ଗା ଫାଣ୍ଡି ଅଧୀନରେ ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଘାଗରବେଡ଼ା ଥାନା ନୂଆଗାଁର ସୁନୀଲ କୁମାର ଗିରି ଓ ଅଭିଳାଶ ଗିରି ଏକ ବୁୁଲେଟ୍ରେ ରିମୁଳିରୁ ଝୁମ୍ପୁରା ଆଡ଼କୁ ଆସୁଥିଲେ। କଟଲପଶି ଛକ ନିକଟରେ ରାସ୍ତା ଉପରେ ପଡ଼ିଥିବା ପିଚୁବୋଳା ମେଟାଲ ଉପରେ ଚଢ଼ି ଯାଇଥିଲେ। ଘଟଣାସ୍ଥଳରେ ସୁୁନୀଲଙ୍କ ମୃତ୍ୟୁ ଘଟିଥିବା ବେଳେ ଅଭିଳାଶ ଗୁରୁତର ହୋଇଥିଲେ। ସେହିପରି ଝୁମ୍ପୁରା ଗ୍ରାମର ମହମ୍ମଦ ଫାରହାନ୍ (୨୨) ଓ ତାଙ୍କ ଭଣଜା କେନ୍ଦୁଝରର ମହମ୍ମଦ ସାହାବାନ୍ (୧୫) ଏକ ବାଇକ୍ରେ ଝୁମ୍ପୁରା ଆଡ଼କୁ ଆସୁଥିବାବେଳେ ପଳାଶପଙ୍ଗା ଫାଣ୍ଡି ଅଧୀନ କେନାଲ ପୋଲ ନିକଟରେ ଏକ ଟ୍ରଲିକୁ ଧକ୍କା ଦେଇଥିଲେ। ଦୁର୍ଘଟଣାରେ ଫାରହାନ୍ ଓ ସାହାବାନ୍ଙ୍କ ସମେତ ଟ୍ରଲି ଚାଳକ ମହମ୍ମଦ ଅଜିର (୫୫) ଗୁରୁତର ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ଫାରହାନ୍ଙ୍କ ମୃତ୍ୟୁ ଘଟିଥିଲା।
ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର
/sambad/media/post_attachments/wp-content/uploads/2019/11/Accident_Bike_Road_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)