ବାଲେଶ୍ୱର: ଆଜି ଭୋର ଭୋରରୁ ୧୬ ନମ୍ବର ଜାତୀୟ ରାଜପଥର ସୋର ଥାନା ଅନ୍ତର୍ଗତ ଛପୁଲିଆ ନିକଟରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଭାବେ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଓ ଦମକଳ ଘଟଣାଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିିସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁଇି ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କର ଚିକିିତ୍ସା କରାଯାଉଛି।
ମିଳିଥିିବା ସୂଚନା ଅନୁଯାୟୀ, ଆଜି ସକାଳେ ସୋର ଥାନା ଅନ୍ତର୍ଗତ ଛପୁଲିଆ ନିକଟରେ ବଜୁରି ବୋଝେଇ ଡବ୍ଲ୍ୟୁ ବି ୩୩ ସି ୦୩୪୦ ଟ୍ରକ୍ ସହିତ ଏନଏଲ୦୧ ଏଲ୬୭୦୧ ନମ୍ବର ବିଶିଷ୍ଟ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା ।ଏଥିରେ ଗୋଟିଏ ଟ୍ରକ୍ର ଡ୍ରାଇଭର ତଥା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ରତିକାନ୍ତ ଦାସ(୩୫ ବର୍ଷ)ଓ ଅନ୍ୟ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଅନ୍ୟ ଡ୍ରାଇଭରଙ୍କ ପରିଚୟ ମିଳି ନାହିଁ। ଅପରପକ୍ଷେ ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ରାଜସ୍ଥାନ ଜୟପୁରର ଅନୁରି ସେକ୍ ସଦାଫଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବାଲେଶ୍ୱର: ଦୁଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ, ଜଣେ ଗୁରୁତର
/sambad/media/post_attachments/wp-content/uploads/2018/10/soro.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)