ନବରଙ୍ଗପୁର ଜିଲ୍ଲାର ଦୁଇଟି ସ୍ଥାନରୁ ମିଳିଲା ଝୁଲନ୍ତା ମୃତଦେହ

ନବରଙ୍ଗପୁର: ଝୁଲନ୍ତା ଅବସ୍ଥାରେ ଦୁଇଟି ଭିନ୍ନ ସ୍ଥାନରୁ ମିଳିଲା ମୃତଦେହ | ନବରଙ୍ଗପୁର ଜିଲ୍ଲାର ଦୁଇଟି ସ୍ଥାନରୁ ଝୁଲନ୍ତା ମୃତ ଦେହ ମିଳିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଛି | ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଡୁମୁଣିଗୁଡ଼ା ଜଙ୍ଗଲରେ ଆଜି ସକାଳେ ଏକ ଅଜଣା ବ୍ୟକ୍ତିର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି |

ମୃତ ବ୍ୟକ୍ତିର ପରିଚୟ ଜଣା ପଡ଼ି ନ ଥିବାବେଳେ ପରିପାର୍ଶ୍ଵିକ ଅବସ୍ଥାକୁ ଦେଖିଲେ ଦୁଇରୁ ତିନି ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି | ଖବର ପାଇ ଡାବୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛନ୍ତି | ତେବେ ଏହା ଆତ୍ମହତ୍ୟା ନ କେହି ହତ୍ୟା କରି ଜଙ୍ଗଲରେ ମୃତ ଦେହ ଝୁଲାଇଦେଇଛନ୍ତି ତାହା ବର୍ତ୍ତମାନ ପୁଲିସ ତଦନ୍ତ କରୁଛି |

ସେହିପରି ଚନ୍ଦାହାଣ୍ଡି ବ୍ଲକ ଫୁଣ୍ଡେଲପଡା ଗ୍ରାମର ଜଣେ ବ୍ୟକ୍ତି ବେକରେ ରଶି ଲଗେଇ ଆତ୍ମହତ୍ୟା କରିଛନ୍ତି | ଆତ୍ମହତ୍ୟାର କାରଣ ଜଣାପଡ଼ିନଥିଲେ ବି ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି | ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି |

ସମ୍ବନ୍ଧିତ ଖବର