ପୁରୀ: ଶ୍ରୀଜିଉଙ୍କ ଗୋଟିଏ ଝଲକ ପାଇବା ପାଇଁ ରାଜସ୍ଥାନରୁ ପୁରୀକୁ ଛୁଟି ଆସିଥିଲେ ଦୁଇଜଣ ଜଗନ୍ନାଥ ପ୍ରେମୀ । ଏହି ଦୁଇ ଭକ୍ତ ନାମ ରାମ ସିଂ ଭଗତ ଓ ଜୟ ସିଂ ମିନା ବୋଲି ଜଣାପଡ଼ିଛି। ଇଚ୍ଛାଥିଲା, କାଳିଆକୁ ଦେଖିବେ, ଚକାଆଖିକୁ ଚାହିଁବେ ଆଉ ବଡ ଦେଉଳରେ ଉଡୁଥିବା ବାନାକୁ ଦେଖି ହାତଟେକି ଜୟ ଜଗନ୍ନାଥ କହିବେ। ମହାବାହୁଙ୍କୁ ମନଭରି ଦର୍ଶନ କରି ପୁଣି ନିଜ ବାସସ୍ଥାନ ସୁଦୂର ରାଜସ୍ଥାନ ଫେରି ଯିବେ ବୋଲି ମନରେ କେତେ ଆଶା ନେଇ ଆସିଥିଲେ ରାମ ସିଂ ଭଗତ ଓ ଜୟ ସିଂ ମିନା। କିନ୍ତୁ କରୋନା କଟକଣା ପାଇଁ ଦୁହିଁଙ୍କ ଜଗନ୍ନାଥ ଦର୍ଶନ ଇଚ୍ଛା ପୂରା ହୋଇ ପାରିଲା ନାହିଁ।
/sambad/media/post_attachments/wp-content/uploads/2020/08/Untitled-1-copy-24-300x219.jpg)
ତେବେ ବଡ ଠାକୁରଙ୍କ ଦର୍ଶନ ପାଇଁ ୨୦୧୯ ନଭେମ୍ବର ୩ ତାରିଖରେ ଦୁଇ ଭକ୍ତ ରାମ ସିଂ ଭଗତ ଓ ଜୟ ସିଂ ମିନା ଯାତ୍ରା ଆରମ୍ଭ କରିଥିଲେ। ଆଉ ଦୀର୍ଘ ୨୩୦୦ କିଲୋମିଟର ଅତିକ୍ରମ କରି ପାଖାପାଖି ବର୍ଷେ ପରେ ଦୁଇଜଣ ଜଗନ୍ନାଥ ପ୍ରେମୀ ପୁରୀରେ ଆସି ପହଞ୍ଚିଥିଲେ।
ଭକ୍ତ ରାମ ସିଂ ଭଗତ ଓ ଜୟ ସିଂ ମିନା ପୁରୀ ଯାତ୍ରା ନେଇ କହିଛନ୍ତି, ଜଗନ୍ନାଥ ଧାମ ପାଇଁ ଯାତ୍ରା ଆରମ୍ଭ କରିବା ବେଳେ ସବୁ ଠିକଠାକ ଥିଲା । ମାତ୍ର ଛତିଶଗଡ ସୀମା ପହଞ୍ଚିବା ପରେ କରୋନାର କାୟା ସବୁଠି ଖେଳିଯାଇଥିଲା। ରାସ୍ତାରେ ଆସିବା ବେଳେ କରୋନା ପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥିଲା। ଏମିତିକି ଦୁହିଁଙ୍କୁ ଅନେକ ଆକ୍ରମଣର ଶିକାର ହେବାକୁ ମଧ୍ୟ ପଡିଛି । ହେଲେ ସବୁ ବିପଦରୁ ପ୍ରଭୁ ଜଗନ୍ନାଥ ରକ୍ଷା କରିଥିବା କଥା କହନ୍ତି ଭଗତ ଓ ମିନା।
/sambad/media/post_attachments/wp-content/uploads/2020/08/Untitled-1-copy-25-300x244.jpg)
ତେବେ ଜଗତର ନାଥ ଜଗନ୍ନାଥଙ୍କୁ ଦେଖିବାକୁ ଅନେକ ଆଶା ନେଇ ଆସିଥିବା ରାମ ସିଂ ଭଗତ ଓ ଜୟ ସିଂ ମିନାଙ୍କ ସବୁ ଆଶା ଆଶାରେ ରହିଗଲା। କାରଣ କରୋନା କଟକଣା ପାଇଁ ମନ୍ଦିର ବନ୍ଦ ଥିବାରୁ କାଳିଆ ଦର୍ଶନରୁ ବଞ୍ଚିତ ରହିଥିଲେ ଦୁହେଁ। ତେଣୁ ପତିତପାବନଙ୍କୁ ଦର୍ଶନ କରି ମନକୁ ବୁଝାଇ ରାଜସ୍ଥାନୀ ଭକ୍ତ ପୁଣି ଫେରିଯିବେ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/JAGA-2_00000-750x430-copy.jpg)