ସୁନ୍ଦରଗଡ଼: ବୋଲେରୋ ଓଲଟି ୨ ମୃତ, ୪ ଆହତ

ନୂଆଗାଁ(ସୁନ୍ଦରଗଡ଼): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରୁ ରାଇବୋଗା ଯାଉଥିବା ବେଳେ ଏକ ବୋଲେରୋ ରାଇବୋଗା ଥାନା ଅନ୍ତର୍ଗତ ଝୁରମୁର ଠାରୁ ୨ କିଲୋମିଟର ଦୂର ପଣ୍ଡିସିଲା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୋଲେରୋ ତଳେ ଚାପି ହୋଇ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ବେଳେ ୬ ଜଣ ଯୁବକ ଏକ ବୋଲେରୋରେ ପଣ୍ଡିସିଳା ଯାଉଥିବା ବେଳେ ରାସ୍ତା କଡ଼ରେ ଥିବା ଏକ ଖାଲରେ ପଡ଼ି ବୋଲେରୋଟି ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ପଣ୍ଡିସିଳା ଗ୍ରାମର ଦିଲ୍ଲୀପ ମିଞ୍ଜ(୨୩ ବର୍ଷ) ଓ ଅସରତ ଅଲ୍ଲୀ(୩୩ ବର୍ଷ)ଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଉରକେଲା ପଠାଇଛନ୍ତି।

ସମ୍ବନ୍ଧିତ ଖବର