ନୟାଗଡ଼: ପାଗଳର ଠେଙ୍ଗା, ପଥର ମାଡ଼ରେ ୨ ମୃତ, ୫ ଆହତ,ଲୋକଙ୍କ ରାସ୍ତା ଅବରୋଧ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବଜାରରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ଠେଙ୍ଗା ଓ ପଥର ମାଡ଼ରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଓଡ଼ଗାଁ ଥାନା ଅଧିକାରୀଙ୍କ ସମେତ ମୋଟ୍‌ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ପାଗଳଙ୍କ ଉନ୍ମ୍ମତ କାଣ୍ଡ ସମ୍ପର୍କରେ ଲୋକେ ପୁଲିସକୁ ଜଣାଇଥିିଲେ ମଧ୍ୟ ପୁଲିସ ପହଞ୍ଚିବାରେ ବିଳମ୍ବ କରିବାରୁ ୨ ଜଣଙ୍କ ଜୀବନ ଗଲା ବୋଲି ଅଭିଯୋଗ କରି ଲୋକେ ଓଡ଼ଗାଁ ଠାରେ ରାସ୍ତା ଅବରୋଧ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୀ, ଗତ ୪/୫ ଦିନ ତଳେ ଓନଗାଁ ବଜାରରେ ଜଣେ ମାନସିକ ବିକୃତ ବ୍ୟକ୍ତି ବୁଲାବୁଲି କରୁଥିଲେ।ଏହି ବ୍ୟକ୍ତି ଗତକାଲିି ବିଳମ୍ବିତ ରାତିରେ ଓଡ଼ଗାଁ ପରିବା ବଜାରର ରାତ୍ର ଜଗୁଆଳି ତ୍ରିଲୋଚନ ସେଠୀଙ୍କୁ ହଠାତ ଠେଙ୍ଗାରେ ପିଟି ହତ୍ୟା କରିଥିଲାା। ପରେ ତାର ଉନ୍ମାଦନା ଏତେ ବଢ଼ି ଯାଇଥିିଲା ଯେ ସେ ସେହି ଅଞ୍ଚଳର ଯାହାକୁ ଦେଖିଲା ତାଙ୍କୁ ଠେଙ୍ଗା ଓ ପଥରରେ ଆକ୍ରମଣ କରିଥିଲା। ଉନ୍ମାଦର ପଥର ମାଡ଼ରେ ମଦନୀ ପ୍ରଧାନ ନାମକ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିିବା ବେଳେ ଓଡ଼ଗାଁ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା, ଅମୁଲୀ ବାରିକ, ସୁଲୋଚନା ପ୍ରଧାନ ଓ ଅନ୍ୟ ଦୁଜଣ ଆହତ ହୋଇଥିଲେ। ଅମୁଲୀ ଓ ସୁଲୋଚନାଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇତିଲା। ପରେଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ପୁଲିସ ଅବହେଳା ଯୋଗୁଁ ଏପରି ଘଟରା ଘଟିଲା ବୋଲି କହି ଲୋକେ ରାସ୍ତା ଅବରୋଦ କରିଛନ୍ତି।

ସମ୍ବନ୍ଧିତ ଖବର