ବାଲେଶ୍ୱର: ପିକଅପ୍‌ ଭ୍ୟାନ ଓଲଟି ୨ ମୃତ, ୫ ଆହତ

ବାଲେଶ୍ୱର: ଆଜି ସକାଳେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ନୂଆନଈ ଘାଟ( ନୟନଯୋରି) ନିକଟରେ ଏକ ପିକ୍‌ଅପ ଭ୍ୟାନ ଭାରସାମ୍ୟ ହରି ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଚାନ୍ଦିପୁର ଠାରେ ଥିବା ଏକ ଚୁଙ୍ଗୁଡ଼ି ଫାର୍ମରେ କାର୍ଯ୍ୟ ସାରି ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ କେତେଜଣ ଶ୍ରମିକ ଏକ ପିକ୍‌ ଅପ୍‌୍‌ ଭ୍ୟାନରେ ବାଲେଶ୍ୱର ଅଭିମୁଖେ ଆସୁଥିଲେ। ମାତ୍ର ଗାଡ଼ିଟି ଭାରସାମ୍ୟ ହରାଇ ନୟନଯୋର ତଳକୁ ଖସି ଯାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଗୋବିନ୍ଦ ହାଁସଦା,(୨୮ ବର୍ଷ) ଓ ନାଲ ମୁର୍ମୁ (୨୭ ବର୍ଷ)ଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ବାସୁ ହାଁସଦା, ରାମୁ ମାରାଣ୍ଡି, ଜିତୁ ସିଂହ, ମାସଡା ହାଁସଦା ଓ ସେକ୍‌ ଅକ୍‌ତର ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର