ଘଟଗାଁ :ପୋଲ ତଳକୁ ଖସି ପଡ଼ିଲା ବାଇକ,  ୨ ଯୁବକ ମୃତ

ଘଟଗାଁ: ଗତକାଲି ବିଳମ୍ବିତ ରାତିରେ ବାଇକରେ ଯାଉଥିବା ଦୁଇଜଣ ଯୁବକ ପୋଲ ତଳକୁ ଖସିପଡ଼ିବାରୁ ଉଭୟଙ୍କର ମୃତ୍ୟୁ ଘଟିଛି। ଯୁବକମାନଙ୍କର ପ୍ରକୃତ ପରିଚୟ ଏ ପର୍ଯ୍ୟନ୍ତ ମିଳି ନ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ପାଖରୁ ଉଦ୍ଧାର ହୋଇଥିବା ଭୋଟର ପରିଚୟପତ୍ରରୁ ତାଙ୍କ ଘର ବାଙ୍ଗାଲୋରରେ ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ଓଭର ବ୍ରିଜ୍‌ ଉପରୁ ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ବାଇକରେ ଯାଉଥିବା ଦୁଇଜଣ ଯୁବକ ଖସିି ପଡ଼ିଥିଲେ। ସୂଚନାପାଇ ଗୁରୁତର ଅବସ୍ଥାରେ ଉଭୟଙ୍କୁ ସେଠାରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିିଲା। ମାତ ସେତେବେଳକୁ ଉଭୟଙ୍କର ମୃତ୍ୟୁ ଘଟି ସାରିଥିଲା। ଯୁବକ ଦ୍ୱୟ କେନ୍ଦୁଝର ଅଭିମୁଖେ ଯାଉଥିବା ଅନୁମାନ କରାଯାଉଛି। ତେବେ ଉଭୟଙ୍କ ପରିଚୟ ମିଳି ନ ଥିବା ବେଳେ ଜଣଙ୍କ ପକେଟ୍‌ରୁ ଏକ ଭୋଟର ପରିଚୟ ପତ୍ର ମିଳିଛି। ଏଥିିରେ ନବକିଶୋର ସିଂହ, ବାଙ୍ଗାଲୋର ଲେଖାଯାଇଛିି।  ପୁଲିସ ମୃତଦେହ ଦୁଇଟିକୁ ବ୍ୟବଛେଦ କରାଇବାର ବ୍ୟବସ୍ଥା କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର