ଅଟୋ-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା, ୨ ମହିଳା ମୃତ

ବାଇକ ଆରୋହୀଙ୍କୁ ଧକ୍କା ଦେଲା ବସ

ରାଉରକେଲା : ସୁନ୍ଦରଗଡର ଲହୁଣୀପଡା ପୋଇ ଗ୍ରାମ ନିକଟରେ ଅଟୋ- ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି | ଘଟଣାସ୍ଥଳରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି l ଅନ୍ୟ ୮ ଜଣ ଆହତ ହୋଇଛନ୍ତି | ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି l ମୃତକ ଓ ଆହତଙ୍କ ପରିଚୟ ଜଣା ପଡିନି | ଲହୁଣୀପଡା ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ଘଟଣାର ତଦନ୍ତ ଚଳାଇଛି |

ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହୋଇ ୨୦ ଫୁଟ ତଳକୁ ଖସି ପଡ଼ିଥିଲା | ଦୁର୍ଘଟଣାର ଶିକାର ଲୋକମାନେ ବଣାଇ ହାଟ ସାରି ନିଜ ଗ୍ରାମ ପୋଇଗାଁ ଅଞ୍ଚଳକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା। ସେହିପରି ଆଜି ଅପରାହ୍ନରେ ଭଷ୍ମା ଥାନା ଯୋଗିମାଲ କଲେଜ ସମ୍ମୁଖରେ ଶ୍ରୀମାନ ନାମକ ଘରୋଇ ଵସ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି। ମୃତକ ହେଲେ ଶରଧାପାଲିର ସଲୀଳ ପଟେଲ (୨୬)।

 

ସେ ବାଇକରେ ଆସୁଥିବାବେଳେ ସୁନ୍ଦରଗଡ଼ରୁ ଯୋଗିମାଲ ଦେଇ ହେମଗିର ଯାଉଥିବା ବସଟି ତାଙ୍କୁ ଧକ୍କା ଦେଇଥିଲା। ସେ ରାସ୍ତା ଉପରେ ଛିଟକି ପଡି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରେ ମୃତ୍ୟୁ ଖବରକୁ ନେଇ ଯୋଗୀମାଲରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରତିବାଦରେ ସ୍ଥାନୀୟ ଲୋକେ ବସକୁ ଅଟକାଇ ଯୋଗୀମାଲ ରାସ୍ତା ଅବରୋଧ କରିଛନ୍ତି।

ସମ୍ବନ୍ଧିତ ଖବର