କୁତ୍ରା:ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଝାରବେଡା ନିକଟସ୍ଥ ଡାଲମିଆ କଲେଜ ନିକଟରେ ଏକ ବାଇକ ଦୁର୍ଘଟଣାରେ ଶୀତଳ ଲାକ୍ରା (୨୭) ଓ ସୁବାଷ ଲାକ୍ରା (୨୨) ନାମକ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ଜଣାପଡ଼ିଛି ଯେ ରାଜଗାଙ୍ଗପୁର ବ୍ଲକ ତେତେରକେରା ଗ୍ରାମର ଉଭୟ ଯୁବକ ଏକ ବାଇକ (ଓଡ଼ି ୧୬ ୨୮୦୧) ଯୋଗେ ଯାଉଥିବାବେଳେ ଡାଲମିଆ କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇ ୪ ଲେନ ବିଶିଷ୍ଟ ରାସ୍ତା ମଝିରେ ଥିବା ଡ୍ରେନ ଭିତରେ ପଡ଼ିଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରୁ ଯୁବକ ଦ୍ବୟଙ୍କୁ ଉଦ୍ଧାର କରି କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଏଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଦୁର୍ଘଟଣାର ତଦନ୍ତ କରୁଛି।