ପାପଡାହାଣ୍ଡି:ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠୁରୀ ନଦୀ ନିର୍ମାଣଧୀନ ପୋଲ ତଳକୁ ବାଇକ ଖସି ଦୁଇଜଣଙ୍କର ମୃତ୍ୟୁ ଘଟିଛି | ଦୁଇ ଜଣ ଗୁରୁତରକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ସମୟରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା | ସୂଚନା ଅନୁଯାୟୀ ଉମରକୋଟ ବ୍ଲକ ଗୋଇଦୌଡ଼ି ଗ୍ରାମର ବଳରାମ ମୁଦୁଲି (୨୪) ଓ ଡାବୁଗାଁ ଥାନା ଅନ୍ତର୍ଗତ ସିଉନାଗୁଡା ଗ୍ରାମର ରାଇନା ଯାନୀ ଦୁହେଁ ରବିବାର ରାତ୍ର ୧୨.୩୦ ଘଣ୍ଟା ସମୟରେ ଏକ ବାଇକ ଯୋଗେ ନବରଙ୍ଗପୁର ବ୍ଲକ ଲୋଦିଯୋଡି ଯାଉଥିଲେ |
ତେବେ ପାପଡାହାଣ୍ଡି ଠୁରୀ ନଦୀ ପୋଲ ନିର୍ମାଣ କାମ ଜାରି ରହିଥିବାରୁ ଲୋକଙ୍କ ସୁରକ୍ଷା ନିମନ୍ତେ ପୋଲଠାରୁ ଦୂରରେ ଏକ ମାଟି କାନ୍ଥ କରାଯାଇଛି | ବାଇକ ଚାଳକ ଡାଇଭରସନ ରାସ୍ତା ଜାଣି ନପାରି ପୋଲ ଆଡକୁ ମାଡିଯାଇଥିଲେ | ଆଉ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲେ | ପୋଲ ନିର୍ମାଣ କରୁଥିବା ଶ୍ରମିକ ଏନେଇ ଜାଣିବା ପରେ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଦୁହିଁଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ | ତେବେ ମେଡିକାଲକୁ ଯିବାବାଟରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା | ପୁଲିସ ମୃତଦେହର ବ୍ୟବଛେଦ କରାଇ ଏବେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/accident.jpg)