ବେତନଟୀ: ଆଜି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶ୍ୱରପୁର ଗାଁର ଅଖିଳ ଦଳେଇ (୫୫ ବର୍ଷ) ନାମକ ଜଣେ ଚାଷୀଙ୍କର ଆଜି ସକାଳେ ବଜ୍ରପାତରେ ମୃତ୍ୟୁ ଘଟିଥିବା ବେଳେ ବୈଶିଙ୍ଗା ଥାନା ଅନ୍ତର୍ଗତ କାଇଁଚଗାଡ଼ିଆ (ବଡ଼ଶୋଳ) ଗାଁରେ ମାଆ ଆଖି ଆଗରେ ଜଣେ ୨୦ ବର୍ଷୀୟ ଯୁବତୀ ମଧ୍ୟ ବିଲରେ ତଳି ଉପାଡୁଥିବା ବେଳେ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ଏହାକୁ ନେଇ ଉଭୟ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ମହେଶ୍ୱରପୁର ଗାଁର ଅଖିଳ ଦଳେଇ ନିଜ ଜମିରେ ତଳି ରୋଉଥିବା ବେଳେ ସକାଳ ସାଢ଼େ ୯ଟା ବେଳେ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା। ଏହି ସମୟରେ ପ୍ରବଳ ବଜ୍ରପାତ ମଧ୍ୟ ହୋଇଥିଲାା ତେବେ ଏହି ସମୟରେ ଶ୍ରୀଦଳେଇଙ୍କ ଉପରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସାଙ୍ଗ ସାଙ୍ଗେ ବିଲରେ କାର୍ଯ୍ୟ କରୁଥିବା ଅନ୍ୟ ଚାଷୀମାନେ ତାଙ୍କୁ ଡାକ୍ତରଖାନାକୁ ନେଇ ଆସିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ବୈଶିଙ୍ଗା ଥାନା ଅନ୍ତର୍ଗତ କାଇଁଚଗାଡ଼ିଆ (ବଡ଼ଶୋଳ) ଗାଁର ମାଆଝିଅ ବିଲରେ କାମ କରୁଥିବା ବେଳେ ହଠାତ ଘଡ଼ଘଡ଼ିି, ବଜ୍ରପାତ ସହିତ ବର୍ଷା ହୋଇଥିଲା। ଏହି ସମୟରେ ମାଆ ଝିୃ ଦୌଡ଼ି ପଳାଇ ଆସୁଥିବା ବେଳେ ଝିଅ କୁନି ମହାନ୍ତ (୨୦ ବଷ)ଙ୍କ ଉପରେ ବଜ୍ରପାତ ହୋଇଥିଲା। ଦେଖୁଦେଖୁ ମାଆ ଆଖି ଆଗରେ ଝିଅ କୁନିଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଲୋକେ କୁନିକୁ ଚାଷଜମିକୁ ଉଠାଇ ଘରକୁ ଆଣିଛନ୍ତି।
ବଜ୍ରପାତ: ମାଆ ଆଗରେ ଝିଅର ମୃତ୍ୟୁ, ବିଲରେ ଟଳି ପଡ଼ିଲେ ଚାଷୀ
/sambad/media/post_attachments/wp-content/uploads/2018/07/Lighting_Daughter-Farmer-Died_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)