ଯାଜପୁର: ଘାସ କାଟିବାକୁ ଯାଇଥିବାବେଳେ ହେଲା ବଜ୍ରପାତ ଆଉ ଏଥିରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଯାଇଛି | ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗଡମଧୁପୁର ପଞ୍ଚାୟତ ଭୁବନପୁର ଗ୍ରାମରେ ଆଜି ଏହି ଦୁଃଖଦ ଘଟଣା ଘଟିଛି |
ମିଳିଥିବା ସୂଚନା ମୁତାବକ ମଧ୍ୟାହ୍ଣ ସମୟରେ ଗାଁ ନିକଟ କୁଲାବେଙ୍ଗି ପାଟରୁ ଘାସ ଆଣିବାକୁ ସୁଲେଖ ମଲିକଙ୍କ ପୁଅ ବାଞ୍ଛାନିଧି(୧୯) ଏବଂ ବାବନ ମଲିକଙ୍କ ପୁଅ ଯୋଗୀ(୧୬) ଯାଇଥିଲେ | ଆଉ ଘାସ କାଟି ଫେରୁଥିବାବେଳେ ଏକ ଗଛମୂଳେ ବସିଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ଏଥିରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା | ଦୁଇ ଭେଣ୍ଡିଆ ଯୁବକଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/light.jpg)