ମାଲକାନଗିରି: ଆଜି ସକାଳେ ମାଲକାନଗିରି ଥାନା ଅନ୍ତର୍ଗତ ସାବିତ୍ରୀ କ୍ରସରର ପଥର ଖଣିରେ ବିସ୍ଫୋରଣ ଘଟି ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ଡିନାମାଇଟ୍ ବିସ୍ଫୋରଣ ପାଇଁ ବ୍ୟାଟାରି ସଂଯୋଗ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ଏହି ଦୁର୍ଘଟଣାରେ ବାବୁଲା( ୫୫ ବର୍ଷ) ଓ ରାମଚନ୍ଦ୍ର ସାକରଥ( ୨୨ ବର୍ଷ)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଜଗା ମୁସାକି ନାମକ ଅନ୍ୟ ଜଣେ ଶ୍ରମିକ ଏଥିରେ ଗୁରୁତର ଭାବେ ଆହତ ହୋଇଛନ୍ତି।
ମାଲକାନଗିରି: ପଥର ଖଣିରେ ବିସ୍ଫୋରଣ, ୨ ମୃତ, ଜଣେ ଗୁରୁତର
/sambad/media/post_attachments/wp-content/uploads/2017/09/malkangiri.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)