ନୟାଗଡ଼: ବୁଧବାର ଦୁଇଜଣ ନକଲି ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅଟକ ରଖିଥିବା ଖବର ମିଳିଛି।
ତେବେ ମାଟ୍ରିକ୍ ପରୀକ୍ଷାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ସବୁ ଦୃଷ୍ଟିରୁ କଡ଼ାକଡ଼ି କରାଯାଇଛି। ଏହା ସତ୍ତ୍ୱେ ବି କିଭଳି ଭାବରେ ଛାତ୍ରଛାତ୍ରୀମାନେ ଏଭଳି କାମ କରିବାକୁ ସାହସ କରୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାଟ୍ରିକ୍ ପରୀକ୍ଷା ଫେବ୍ରୁଆରି ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ଦୁଇରେ ଶେଷ ହେବ। ବୁଧବାର ମାଟ୍ରିକ ପରୀକ୍ଷାର ତୃତୀୟ ଦିନ ଥିଲା। ନୟାଗଡ଼ ଜିଲ୍ଲା କୁଳାସର ଜନତା ଉଚ୍ଚ ବିଦ୍ୟାଳୟକୁ ଗଣିତ ପରୀକ୍ଷା ଦେବାକୁ ଆଜି ଛାତ୍ରଛାତ୍ରୀମାନେ ଆସି ପହଞ୍ଚିଥିଲେ। ଏହାରି ଭିତରେ ଦୁଇଜଣ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ସୁପରିଟେଣ୍ଡେଣ୍ଟଙ୍କ ହାତରେ ଧରା ପଡ଼ି ଯାଇଥିଲେ।
TimesLIVEପ୍ରକାଶିତ ରିପୋର୍ଟ ମୁତାବକ, ରଣପୁର ବ୍ଲକ୍ ତାଳକଣି ପଞ୍ଚାନନ ଉଚ୍ଚ ବିଦ୍ୟାଳୟର ଦୁଇ ପରୀକ୍ଷାର୍ଥୀଙ୍କ ବଦଳରେ ସେହି ଗାଁର ଯୁକ୍ତ ଦୁଇ ପଢୁଥିବା ଦୁଇ ଛାତ୍ରୀ ପରୀକ୍ଷା ଦେଉଥିଲେ। ଦୁଇ ନକଲି ପରୀକ୍ଷାର୍ଥୀ ଧରାପଡ଼ିବା ଖବର ପାଇବା ପରେ କୁଳାସର ଜନତା ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ରଣପୁର ଥାନା ଅଧିକାରୀ, ରଣପୁର ବ୍ଲକ୍ ଶିକ୍ଷା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/download-2-6.jpg)