ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

ଆଠଗଡ଼: କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳର ଖୁସାକା ଗାଁରେ ସୋମବାର ଦୁଇଜଣ ନାବାଳିକାଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ଦୁଇ ମୃତକଙ୍କ ମଧ୍ୟରୁ ଜଣକଙ୍କ ନାମ ପୂଜାରାଣୀ ସାହୁ ଓ ଅନ୍ୟ ଜଣକଙ୍କ ନାମ ଶ୍ରଦ୍ଧା ପ୍ରଧାନ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୂଜାରାଣୀ ସାହୁ ଓ ଶ୍ରଦ୍ଧା ପ୍ରଧାନ ଗାଧୋଇବାକୁ ପୋଖରୀକୁ ଯାଇଥିଲେ। ଗାଧୋଉ ଥିବାବେଳେ ଅସାବଧାନତା ହେତୁ ଦୁହିଁଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଦୁହେଁ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ପୂରାରାଣୀ ଓ ଶ୍ରଦ୍ଧା ପୋଖରୀରେ ବୁଡ଼ି ଯିବା ଖବର ପାଇ ସ୍ଥାନୀୟ ଲୋକ ଏବଂ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସଙ୍ଗେସଙ୍ଗେ ପୋଖରୀ ଭିତରୁ ଦୁହିଁଙ୍କୁ ଉଦ୍ଧାର କରି ନରସିଂହପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର