ଜବର ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ, ଅପର ଗୋଷ୍ଠୀ ଜାଳି ଦେଲେ ଘର

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଜମି ଜବର ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ଧାମନଗର ଧୋବଲ ପଞ୍ଚାୟତ ବେଲମଳାରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଏଥିରେ ୨ଜଣ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସେନାପତିଆ ପୋଖରୀ ପାର୍ଶ୍ୱରେ ଜବର ଦଖଲକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ଗୋଟିଏ ଗୋଷ୍ଠୀର ଘରକୁ ଅପର ଗୋଷ୍ଠୀ ଜାଳି ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ପୁଲିସ ଖବର ପାଇବା ପରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଛି।

ସମ୍ବନ୍ଧିତ ଖବର