ଅଗ୍ନିକାଣ୍ଡରେ ୨ ବଖରା ଭସ୍ମୀଭୂତ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ମଲିପୁର ପଂଚାୟତର ବାଉଁସପୁଟ ଗାଁରେ ଆଜି ମଧ୍ୟାହ୍ଣରେ ନିଆଁ ଲାଗି ଗୋଟିଏ ଘରର ଦୁଇ ବଖରା ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯିବା ସହ ସେଠାରେ ଥିବା ଅନେକ ମୂଲ୍ୟବାନ ସମ୍ପତ୍ତି ପୋଡ଼ିଯାଇଛି । ସୂଚନାନୁସାରେ, ଆଜି ମଧ୍ୟାହ୍ଣ ପ୍ରାୟ ୧୨ଟା ବେଳେ ଅଜିତ ମାଝିଙ୍କ ଘରେ ନିଆଁ ଲାଗିଥିଲା ।

ଘରଗୁଡ଼ିକ ଛଣଛପର ହୋଇଥିବାରୁ ନିଆଁ ତୁରନ୍ତ ଲାଗି ଦୁଇଟି ବଖରାକୁ ସଂପୂର୍ଣ୍ଣ ପୋଡ଼ି ଦେଇଥିଲା । ସୂଚନା ପାଇ ଖୋର୍ଦ୍ଧାରୁ ଅଗ୍ନିଶମ ବିଭାଗ ସେଠାରେ ପହଂଚିବା ବେଳେ ଗାଁ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ରାନ୍ଧିବା ସମୟରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ମଲିପୁର ସରପଂଚ ବିଜୟ ନାୟକ ଅଜିତଙ୍କ ନିକଟରେ ପହଂଚି ତାଙ୍କୁ ସହାୟତା ଦେଇଥିବା ବେଳେ ନିୟମାନୁସାରେ ତୁରନ୍ତ ସରକାରୀ ସହାୟତା ଦେବା ପାଇଁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର