ନୀଳଗିରି: ଶିମିଳିପାଳ ପରି କୁଲଡ଼ିହା ଅଭୟାରଣ୍ୟରେ ମଧ୍ୟ ବୁଲୁଛନ୍ତି ଶିକାରୀ। ଗତକାଲି ଏଠାରେ ଦୁଇଜଣ ଶିକାରୀ ଧରାପଡ଼ିଥିବା ବେଳେ ସେମାନଙ୍କଠାରୁ ଦେଶୀ ବନ୍ଧୁକ, ବିସ୍ଫୋରକ ଓ ଜାଲ ଜବତ ହୋଇଛି।
ରବିବାର ବିଳମ୍ବିତ ରାତିରେ କୁଲଡ଼ିହା ବନ ବିଭାଗର କର୍ମଚାରୀମାନେ ଅଭୟାରଣ୍ୟ ମଧ୍ୟରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଭରତଟଙ୍ଗାଠା‌ରେ ଦୁଇଜଣ ଶିକାରୀ ଧରାପଡ଼ିଥିଲେ। ଉଭୟଙ୍କ ନିକଟରୁ ଦେଶୀ ବନ୍ଧୁକ, ବିସ୍ଫୋରକ ଓ ଜାଲ ଜବତ ହୋଇଥିଲା। ସେହିପରି ସେମାନଙ୍କୁ ଗିରଫ କରାଯାଇଥିଲା।

Advertisment

ଗିରଫ ଅଭିଯୁକ୍ତମାନେ ଜଡ଼ିବାଲି ଗ୍ରାମର ଉଦୟ ଧନିକ (୪୭) ଏବଂ ବାଲିଚୁଆ ଗ୍ରାମର ଅଜୟ ସିଂ (୪୫) ବୋଲି ଜଣାପଡ଼ିଛି। ଗିରଫ ଶିକାରୀଙ୍କ ସହ‌ ଅନ୍ୟ କେଉଁମାନଙ୍କ ସଂପୃକ୍ତି ରହିଛି, ସେନେଇ ଅଧିକ ତଦନ୍ତ ଚାଲିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।