ଦେଶୀ ବନ୍ଧୁକ ସହ ୨ ଶିକାରି ଓ ଜଣେ ଚୋରା କାଠ ବେପାରୀ ଗିରଫ

ବୈପାରିଗୁଡା : ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ବନାଞ୍ଚଳର ହଳଦିକୁଣ୍ଡ ଗ୍ରାମରୁ ଜଣେ ଚୋରା କାଠ ବେପାରୀ ଏବଂ ଦୁଇ ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି । ଶିକାରିଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ହରିଣ ଶିଙ୍ଗ,କୁଟୁରା,ବାରାହା ଭଳି ବନ୍ୟଜନ୍ତୁଙ୍କ ମାଂସ ସହ ହାଡ଼, ଦାନ୍ତ ଇତ୍ୟାଦି ଜବତ କରାଯାଇଛି। ସେହିଭଳି ଚୋରା କାଠ ହେବାଲ ଖରା ଘରୁ ଶାଗୁଆନ,ଶାଳ, ପିଆଶାଳ ଏବଂ ମୁଣ୍ଡି ର ଦୁଇ ଘନ ମିଟର ବିଶିଷ୍ଟ ୨୦୨ ଖଣ୍ଡ ପଟା ଜବତ କରିଛନ୍ତି।

ଏହି ପଟାଗୁଡ଼ିକର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେଇପାରେ ବୋଲି ଗୁପ୍ତେଶ୍ୱର ବନାଞ୍ଚଳ ଅଧିକାରୀ ଗୋପୀନାଥ ସାହୁ ପ୍ରକାଶ କରିଛନ୍ତି । ଏହି ଚଢ଼ାଉରେ ଏସିଏଫ୍ ସୁବାସ ଖୁଣ୍ଟିଆ,ପ୍ରଭୁଦତ୍ତ ମିଶ୍ର, ସୁରେଶ ମଲ୍ଲିକଙ୍କ ସହ ଫରେଷ୍ଟର କାର୍ତ୍ତିକେଶ୍ବର ଖଣ୍ଡେଇ, ଚୈତନ୍ୟ ତନ୍ତି, ଶଚିଦା ପରିଡ଼ା ଏବଂ ବୈପାରିଗୁଡା, କୁନ୍ଦୁରା ଏବଂ କୋଟପାଡର ପାରା କର୍ମଚାରୀ ସାମିଲ୍ ଥିଲେ। ଏହି ଚଢ଼ାଉରେ ବୈପାରିଗୁଡା ପୋଲିସ ତରଫରୁ ଏସ୍ଆଇ ଅସିତ କୁମାର ବଳବନ୍ତରାୟ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର