ପ୍ରବଳ ଗରମରେ ୨ ପୁଲିଂ କର୍ମଚାରୀ ଗୁରୁତର

ମାଲକାନଗିରି: ମାଲକାନଗିରିରେ ପ୍ରବଳ ଗରମ ଅନୁଭୁତ ହେଉଥିବା ବେଳେ ଆଜି ପୁଲିଂ ଅଧିକାରୀମାନଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ପଠେଇବା ପାଇଁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ତେବେ ପ୍ରବଳ ଗରମରେ ଦୁଇ ପୁଲିଂ ଅଧିକାରୀ ଅଚେତ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏମଭି-୧୪ ଗ୍ରାମର ନିରମଲ ସମଝଦାର(୫୪) ଏବଂ ନିମାଇ ମିସ୍ତ୍ରୀ(୬୦) ଅଚାନକ ବେହୋସ ହୋଇଯାଇଥିଲେ।

ତୁରନ୍ତ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ଜଣେ ଉଚ୍ଚ ରକ୍ତଚାପ ଓ ସୁଗର ଯୋଗୁଁ ଏବଂ ଗରମରେ ସ୍ବାସ୍ଥ୍ୟ ଖରାପ ହୋଇଥିବା ବେଳେ ଅନ୍ୟ ଜଣେ ଗରମ ସମ୍ଭାଳି ନପାରି ଅଚେତ ହୋଇଯାଇଥିବା ଜଣାପଡିଛି। ତେବେ ପ୍ରଶାସନ ତରଫରୁ ସେମାନଙ୍କୁ ଚିକିତ୍ସା କରାଯିବା ସହ ସେମାନଙ୍କ ସ୍ଥାନରେ ଅନ୍ୟ କାହାକୁ ନିଯୁକ୍ତି ଦିଆଯିବ ନା ସେମାନେ ସୁସ୍ଥ ହେବା ପରେ ପୁଣି ମତଦାନ କେନ୍ଦ୍ରକୁ ଫେରିବେ ଜଣାପଡି ନାହିଁ।

ସମ୍ବନ୍ଧିତ ଖବର