ବେତନଟୀ ସଦର/ରାୟଗଡା: ବେତନଟୀ ବ୍ଳକର ଜଣେ ଆଗଧାଡିର ସାମ୍ବାଦିକ, ରାଜନେତା, ସଙ୍ଗଠକ ତଥା ଜଣେ ସଫଳ ଚାଷୀଭାବେ ଖ୍ୟାତି ଅର୍ଜନ କରିଥିବା ସଞ୍ଜିତ କୁମାର ଦାସ ଗୁରୁବାର ମଧ୍ୟାହ୍ନରେ ଇହଧାମ ତ୍ୟାଗ କରିଛନ୍ତି | ସେ ବିଗତ ତିନି ବର୍ଷ ହେବ ମୁଖ କର୍କଟ ରୋଗରେ ପୀଡିତ ଥିଲେ | ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୮ ବର୍ଷ ବୟସ ହୋଇଥିଲା l ବୈଶିଙ୍ଗା ଥାନା ଅଧୀନ କଦଳିଆ ଗ୍ରାମର ପରେଶ ଚନ୍ଦ୍ର ଦାସଙ୍କ ଜ୍ୟେଷ୍ଠ ପୁତ୍ର ସଞ୍ଜିତ ବହୁତ ମେଳାପୀ ସ୍ଵଭାଵର ଯୁବକ ହୋଇଥିବାରୁ ସମସ୍ତଙ୍କର ଅତି ଘନିଷ୍ଠ ଥିଲେ | ମୃତ ସଞ୍ଜିତ ଏକ ଦଶନ୍ଧି ଧରି ଖବର, ସର୍ବସାଧାରଣ ଏବଂ ଭଞ୍ଜଦୂତ ଭଳି ଖବର କାଗଜରେ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ | ସେହିପରି ସେ ସ୍ଥାନୀୟ ଅଞ୍ଚଳରେ କଂଗେସ ଦଳର ଜଣେ ଆଗଧାଡିର ନେତା ଥିଲେ ଓ ଜଣେ ସଫଳ ମାଛ ଚାଷୀ ଭାବେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଥିଲେ |
ଘରେ ତାଙ୍କର ସ୍ତ୍ରୀ, ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନ ଅଛନ୍ତି | ଅନ୍ୟପଟେ ରାୟଗଡା ଜିଲ୍ଲାର ନିଉଜ-୧୮ର କାର୍ଯ୍ୟରତ ସାମ୍ବାଦିକ ଜଗମୋହନ ଗରଡ଼ିଆଙ୍କ ଅକାଳ ବିୟୋଗ ଘଟିଛି। ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ।ବିଶାଖାପାଟଣା ଯାଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରି ଫେରିଥିଲେ। ଆଜି ପୁଣି ଡାକ୍ତର ଆସିବା ପାଇଁ କହିଥିବାରୁ ସେ ବିଶାଖାପାଟଣମ ଯାଇଥିଲେ। ତେବେ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ହଠାତ ହୃଦଘାତ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ହୋଇଥିଲା। ଘରେ ତାଙ୍କର ପତ୍ନୀ ଓ ତିନି ଜଣ ପୁଅ ଝିଅ ରହିଛନ୍ତି।ଶ୍ରୀ ଗରଡ଼ିଆଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଜିଲ୍ଲାର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ବିଶାଖାପାଟଣାରୁ ତାଙ୍କ ମରଶରୀର ଅଣାଯାଉଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/ad2e1fe9-638c-4191-8116-f4d1d8d077b0.jpg)