ଝାରସୁଗୁଡ଼ା/ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ତେଲିଡିହି ନିକଟରେ ସୋମବାର ଅପରାହ୍ଣରେ ଏକ ଫାଇନାନ୍ସ କମ୍ପାନିର ଜଣେ କର୍ମଚାରୀଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟ୍ କରି ଫେରାର ହେଉଥିବା ବେଳେ ଜଣେ ଲୁଟେରାକୁ ଗ୍ରାମବାସୀ ଧରିବାରେ ସଫଳ ହୋଇଛନ୍ତି। ଉକ୍ତ ଲୁଟେରା ନିକଟରୁ ୨ ଲକ୍ଷ ଟଙ୍କା ଭର୍ତ୍ତି ଥିବା ବ୍ୟାଗ୍ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଏନେଇ ଲଇକେରା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଧରାପଡ଼ିଥିବା ଲୁଟେରା ଜଣକ ସମ୍ବଲପୁରର ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ଅପରାହ୍ଣରେ ତୁମ୍ବାଡିହି, ସାରସମାଲରୁ ଗ୍ରୁପ୍ ଲୋନ୍ର ଟଙ୍କା ସଂଗ୍ରହ କରି ଜଣେ ଫାଇନାନ୍ସ କର୍ମଚାରୀ ଝାରସୁଗୁଡ଼ା ଫେରୁଥିଲେ। ଏହି ସମୟରେ ତୁମ୍ବାଡିହି ଜଙ୍ଗଲ ନିକଟରେ ୨ଟି ବାଇକ୍ରେ ଥିବା ୪ ଜଣ ଯୁବକ ତାଙ୍କୁ ଅଟକାଇବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ୨ ଲକ୍ଷ ଟଙ୍କା ଥିବା ବ୍ୟାଗ ଲୁଟି ତେଲିଡିହି ପଟକୁ ଫେରାର୍ ହୋଇ ଯାଉଥିଲେ। ଏହି ସମୟରେ ଫାଇନାନ୍ସ କର୍ମଚାରୀ ସାହସ ଜୁଟାଇ ଲୁଟେରାଙ୍କୁ ପିଛା କରିବା ସହ ତେଲିଡିହି ଗ୍ରାମ ନିକଟରେ ପଛପଟରୁ ଏକ ଲୁଟେରାକୁ ଟାଣି ଦେଇଥିଲେ। ବାଇକ ପଡ଼ିବା କାରଣରୁ ଜଣେ ଲୁଟେରା ଖସି ପଡ଼ିଥିଲା ଓ ଅନ୍ୟ ଜଣେ ସେଠାରୁ ଫେରାର୍ ହୋଇଯାଇଥିଲା। ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ପହଞ୍ଚିବା ସହ ଲୁଟେରାକୁ କାବୁ କରି ପୁଲିସର ଜିମା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/loot-1.jpg)