ଛାତ୍ରୀଙ୍କୁ ପ୍ରପୋଜ କରି ଅଡୁଆରେ ଭଦ୍ରକ କଲେଜର ଦୁଇ ଜଣ ଇଂରାଜୀ ଅଧ୍ୟାପକ, ପ୍ରିନ୍ସିପାଲ ଦେଲେ ତଦନ୍ତ ନିର୍ଦ୍ଦେଶ

ଭଦ୍ରକ: ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଫସିଲେ ଦୁଇ ଜଣ ଅଧ୍ୟାପକ | ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟର ଏମଜେଏମସି(ସାମ୍ବାଦିକତା ଓ ଗଣଯୋଗାଯୋଗ) ବିଭାଗର ଜଣେ ଛାତ୍ରୀଙ୍କୁ କଲେଜର ଇଂରାଜୀ ବିଭାଗର ଦୁଇ ଅଧ୍ୟାପକ ପ୍ରେମ ନିବେଦନ କରି ହରଡଘଣାରେ ପଡିଛନ୍ତି। ଏହି ଘଟଣା ସଂପର୍କରେ ଛାତ୍ରୀ ଜଣଙ୍କ କଲେଜର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।

କଲେଜର ଅଧ୍ୟକ୍ଷ ଛାତ୍ରୀଙ୍କ ନିକଟରୁ ଏଭଳି ଅଭିଯୋଗ ପାଇବା ପରେ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ କଲେଜରେ ଥିବା ଯୌନ ନିର୍ଯାତନା ସେଲରେ ଥିବା ୪ଜଣ ଅଧ୍ୟାପିକାଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି। ଘଟଣାରେ କେଉଁମାନେ ସଂପୃକ୍ତ ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି |

ଆସନ୍ତା ୧୮ ତାରିଖ ସୁଦ୍ଧା ଏହି ଘଟଣା ସଂପର୍କରେ ତଦନ୍ତ କରିବାକୁ ଅଧ୍ୟକ୍ଷ ତାଙ୍କ ଚିଠି ନମ୍ୱର୍ ୫୦୯/୧୨/୨/୨୧ ରେ ଯୌନ ନିର୍ଯାତନା ସେଲକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଏହାକୁ ନେଇ କଲେଜ ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କିଛି ଛାତ୍ର ଗୋଷ୍ଠୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର