୫ ଲକ୍ଷ ଟଙ୍କା ଦାଦାବଟି ମାଗି ଜେଲ ଗଲେ ୨ ଯୁବକ

ଧଉଳି : ଉତ୍ତରା ଫାଣ୍ଡି ଅଧୀନ ଗୁଡ଼ିଆପୋଖରୀ ସ୍ଥିତ ଏକ କାର ସୋରୁମ ଭିତରେ ପଶି ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହ ପରିଚାଳକଙ୍କୁ ୫ ଲକ୍ଷ ଟଙ୍କା ଦାଦାବଟି ମାଗିବା ମାମଲାରେ ଆଜି ସ୍ଥାନୀୟ ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଯୁବକ ଦ୍ବୟ ହେଲେ ଖାରବେଳ ନଗର ଥାନା ଅଧୀନ ୪ ନମ୍ବର ଏମଏଲ କଲୋନୀ ଅଞ୍ଚଳର ସୁମନ କୁମାର ବାରିକ (୨୯)  ଓ ପିପିଲି ଥାନା ଅଧୀନ ମଧୁପୁର ଗ୍ରାମର ରାକେଶ କୁମାର ଜେନା (୨୩) । ତେବେ ଉଭୟ ସୁମନ ଓ ରାକେଶଙ୍କ ଜାମିନ ଆବେଦନ ନାଂମଜୁର ହେବାରୁ ନିମାପଡ଼ା ସବଜେଲ ହାଜତକୁ ପଠାଇ ଦିଆଯାଇଛି ।

ସୁମନ ଓ ରାକେଶଙ୍କ ବିରୋଧରେ ଉକ୍ତ ସୋରୁମ ପରିଚାଳକ ବିଷ୍ଣୁ ଦାଶ ଉତ୍ତରା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ସୋରୁମ ସହକାରୀ ପରିଚାଳକ ରାମଶିଷ ବାହିନୀପତି ଏନେଇ ଅଭିଯୋଗ କରିଥିଲେ । ଶୀ ବାହିନୀପତିଙ୍କ ଅଭିଯୋଗ ଆଧାରରେ ନଂ ୧୩୬/୨୦ ରେ ଏସଂକ୍ରାନ୍ତୀୟ ମାମଲା ରୁଜୁ ହୋଇଛି । ଅଭିଯୋଗ ମୁତାବକ ଗତ ଜୁନ ମାସ ୫ ତାରିଖ ଦିନ ସଂଧ୍ୟାରେ ଘଟଣା ଘଟିଥିଲା । ସଂଧ୍ୟାରେ ସୁମନ ଓ ରାକେଶ ସୁରକ୍ଷାକର୍ମୀଙ୍କୁ ମାଡ଼ମାରି ସୋରୁମ ଭିତରକୁ ପଶିଥିଲେ । କ୍ୟାସ କାଉଣ୍ଟରରେ ବସିଥିବା ପରିଚାଳକ ବିଷ୍ଣୁଙ୍କୁ ମାରଣାସ୍ତ୍ର ଦେଖାଇ ୫ ଲକ୍ଷ ଟଙ୍କା ଦାଦାବଟି ମାଗିଥିବା ଅଭିଯୋଗ ହୋଇଥିଲା ।

ସମ୍ବନ୍ଧିତ ଖବର