ମାଲକାନଗିରି ଏସ୍‌ପିଙ୍କ ନିକଟରେ ୨ଜଣ ହାର୍ଡ କୋର ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରିି: ମାଲକାନଗିରି ଏସ୍‌ପିଙ୍କ ନିକଟରେ ରବିବାର ୨ଜଣ ହାର୍ଡ କୋର ନକ୍ସଲ ଆତ୍ମସପର୍ମଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଦୁଇଜଣ ନକ୍ସଲଙ୍କ ନାମ କାହ୍ନା ମାଢ଼ି ଓ ଲାକେ ପୁନମ୍‌ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ନକ୍ସଲ କାହ୍ନା ମାଢ଼ି ଓ ଲାକେ ପୁନମକ ଆନ୍ଧ୍ର ଓଡ଼ିଶା ସୀମା ମିଲିଟାରି ପ୍ଲାୁଟୁନ୍‌ର ସଦସ୍ୟ ଥିଲେ। କାହ୍ନାଙ୍କ ମୁଣ୍ଡ ଉପରେ ୪ଲକ୍ଷ ଓ ଲାକେଙ୍କ ମୁଣ୍ଡ ଉପରେ ୨ଲକ୍ଷ ଟଙ୍କା ରହିଥିଲା। ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ୮ ବର୍ଷ ଧରି ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ଏହି ନକ୍ସଲ ଦମ୍ପତ୍ତି। ଏଦୁହେଁ ବିଭିନ୍ନ ଏନ୍‌କାଉଣ୍ଟର ଓ ହତ୍ୟା ଘଟଣାରେ ଜଡ଼ିତ ଥିଲେ ବୋଲି ଜଣାପଡ଼ିଛି।

କାହ୍ନା ମାଲକାନଗିରି ଜିଲ୍ଲା କାଲିମେଳା ଅଧୀନସ୍ଥ ସୁଧାକୋଣ୍ଡା ଗ୍ରାମରେ ବସବାସ କରନ୍ତି। ତାଙ୍କ ପିତା ଓ ମାତାଙ୍କ ନାମ ସୋମା ମୋଡି (୫୦) ଓ ମାରେ ମାଡି(୪୦)ବୋଲି ଜଣାପଡ଼ିଛି। କାହ୍ନା ମାଢି ଆନ୍ଧ୍ର ଓଡିଶା ବୋର୍ଡର ସ୍ପେସାଲ ଜୋନାଲ କମିଟିର ଏରିଆ କମାଣ୍ଡର ରହିଥିଲେ। ସେହିପରି ଲାକେ ପୁନମ୍‌ ବିଜାପୁର ୟୁସୋର ଭୂଷଣ ଗ୍ରାମର ବାସିନ୍ଦା। ତାଙ୍କ ବାପଙ୍କ ନାମ ବୁଦ୍ରା ପୁନେମ୍‌ ଓ ମା’ଙ୍କ ନାମ ଅଦମେ ପୁନମ୍‌ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର