ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଏବଂ ତେଲେଙ୍ଗାନା ସୀମାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳି ବିନିମୟରେ ୩ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ପୁଲିସ ପାର୍ଟିର କୌଣସି କ୍ଷତି ହୋଇନଥିବା ବସ୍ତର ଆଇଜି ପି.ସୁନ୍ଦରରାଜ ପ୍ରକାଶ କରିଛନ୍ତି । ତେଲେଙ୍ଗାନା ଏବଂ ଛତିଶଗଡର ବିଜାପୁର ଜିଲ୍ଲା ସୀମାରେ ନକ୍ସଲ କ୍ୟାମ୍ପ କରି ରହିଥିବା ଗୁଇନ୍ଦା ଖବର ଦେଇଥିଲା । ତୁରନ୍ତ ତେଲେଙ୍ଗାନା ପୁଲିସ ଏବଂ ଗ୍ରେହାଉଣ୍ଡ ସୀମାନ୍ତରେ ପହଞ୍ଚି କୁମ୍ବିଂ ଆରମ୍ଭ କରିଥିଲେ ।
ଅନ୍ୟପଟେ ଛତିଶଗଡ ପୁଲିସ ମଧ୍ୟ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଦୁଇ ପଟରୁ ଚଢାଉ ହେବା ପରେ ନକ୍ସଲ ଖସିପାରିନଥିଲେ । ତେବେ ପୁଲିସ ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଏସଏଲଆର ବନ୍ଧୁକ ଏବଂ ଏକେ-୪୭ ବନ୍ଧୁକ ଘଟଣାସ୍ଥଲରୁ ଜବତ ହୋଇଥିବା ପୁଲିସ କହିଛି।ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି।ଯବାନ ଫେରିଲେ ସମସ୍ତ ଘଟଣା ଜଣାପଡିବ ବୋଲି ପୁଲିସ କହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/Naxalite_Maoist_4.jpg)