ହରିଚନ୍ଦନପୁର : ସାଙ୍ଗ ହୋଇ ଗାଁ ପଡ଼ିଆରେ ଖେଳୁଥିଲେ। ଅପରାହ୍ଣ ୫ଟା ପର୍ଯ୍ୟନ୍ତ ପରିବାର ଲୋକ ଉଭୟ ଶିଶୁଙ୍କୁ ଦେଖିଥିଲେ। ଏହାପରେ ସେମାନେ କେଉଁଆଡେ ଗାଏବ ହୋଇଗଲେ କେହି କହିପାରୁ ନାହାନ୍ତି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଠାକୁରପଡ଼ା ପଞ୍ଚାୟତ ଅନ୍ତର୍ଗତ କପ୍ତିପଦା ଗ୍ରାମର ୨ ନାବାଳକ ଏକାସଙ୍ଗରେ ନିଖୋଜ ହୋଇଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ନାବାଳକ ଦ୍ବୟ ହେଲେ କପ୍ତିପଦା ଗ୍ରାମର ଅନାମ ଚରଣ ମହାନ୍ତଙ୍କ ପୁଅ ଉତ୍ତମ (୧୨ ବର୍ଷ) ଏବଂ ଅନାମ ମୁଣ୍ଡାଙ୍କ ପୁଅ ଜିତେନ୍ଦ୍ର (୧୩ ବର୍ଷ)। ଉଭୟ ଗତକାଲି ସନ୍ଧ୍ୟାରୁ ନିଖୋଜ ହୋଇଯାଇଛନ୍ତି।
ଖେଳୁ ଖେଳୁ ଗାଏବ ହୋଇଗଲେ ୨ନାବାଳକ
/sambad/media/post_attachments/wp-content/uploads/2017/10/missing-person.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)