ବରୀ : ବରୀ ରାମଚନ୍ଦ୍ରପୁର ଥାନା ଅଧିନ ଶଙ୍କରାକୂଳନନ୍ଦାରେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ୨ ଯୁବକ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ ଦେହ ମିଳିଥିବା ବେଳେ ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି ।
ବରୀ ଅଗ୍ନିଶମ ଵିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ପହଁରା ନ ଜାଣି ଗଭୀର ନଦୀ ଜଳରେ ଗାଧୋଉ ଥିବା ବେଳେ ଏପରି ଘଟଣା ଘଟିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/One-Missing-Another-Died-in-River_Thumbnail.jpg)