କୁଆଖାଇ ନଦୀରେ ଅଘଟଣ : ଜଣେ ନାବାଳକର ମୃତଦେହ ଉଦ୍ଧାର, ଆଉ ଜଣେ ନିଖୋଜ

କଟକ: ପବିତ୍ର ଗଣେଶ ପୂଜାରେ ଅଘଟଣ ।  ବୁଧବାରଦିନ ପ୍ରତାପନଗରୀ କୁଆଖାଇ ବ୍ରିଜ ତଳେ ୫ ଜଣ  ସ୍କୁଲ ପିଲା  ଗାଧୋଉଥିବାବେଳେ ୩ ଜଣ ନଦୀ ସୁଅରେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବାବେଳେ ଅନ୍ୟ ଦୁଇ ଜଣ ନିଖୋଜ ରହିଥିଲେ ।  ଓଡ୍ରାଫ ଟିମ ସେମାନଙ୍କୁ ଖୋଜିବା ବେଳେ ଜଣକର ମୃତଦେହ ଉଦ୍ଧାର କରିଛି, ଅନ୍ୟ ଜଣକ ଏବେ ବି ନିଖୋଜ ରହିଛି ।

ଅନ୍ୟପକ୍ଷରେ ଉଦ୍ଧାର ପାଇଥିବା ନାବାଳକ ସୁସ୍ଥ ଥିବା ଜଣାଯାଇଛି । ତେବେ ମୃତ ଓ ନିଖୋଜ ଥିବା ନାବାଳକ ପଟିଆ ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନଙ୍କ ବୟସ ୧୩-୧୪ ବର୍ଷ ହେବ ବୋଲି ଜଣାଯାଇଛି । ଘଟଣାସ୍ଥଳରେ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର