ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଂଚାୟତ କାଳିଆଗୁଡା ଗ୍ରାମରେ ଝାଡ଼ାବାନ୍ତି ଦେଖାଦେଇଛି। ଏଥିରେ ଗ୍ରାମର ଗୋଟିଏ ପରିବାରର ଦୁଇଜଣ ଆକ୍ରାନ୍ତ ହୋଇ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଝାଡ଼ା ବାନ୍ତିର କାରଣ ଶୁଖୁଆ ବୋଲି ସନ୍ଦେହ କରାଯାଉଛି।
ଆକ୍ରାନ୍ତ ମାନେ ହେଲେ ମୁକ୍ତା ଭତରା ଓ ଗୋରି ଭତରା। ସୋମବାର ରାତିରୁ ଦୁହିଁଙ୍କୁ ଝାଡ଼ାବାନ୍ତି ହୋଇଥିଲା। ରାତିରେ ସେମାନେ ଶୁଖୁଆ ଖାଇଥିବା କହିଛନ୍ତି । ଏହାପରେ ସେମାନଙ୍କୁ ପାପଡାହାଣ୍ଡି ଗୋଷ୍ଠିୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଖବର ପାଇ ମେଡିକାଲ ଟିମ ସଜାଗ ହୋଇ ରହିଛନ୍ତି। ତଦନ୍ତ ପରେ ପ୍ରକୃତ କଥା ଜଣାପଡିବ ବୋଲି ଡାକ୍ତର ମନସ୍ମିତା ସେଠୀ କହିବା ସହ ଖାଇବାରେ କିଛି କାରଣ ଯୋଗୁଁ ଝାଡ଼ାବାନ୍ତି ହୋଇଥିବା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/Papadahandi-CHC.jpg)