୨ ଦିନରେ ଦୁଇ ଡାକ କର୍ମଚାରୀଙ୍କ ଆତ୍ମହତ୍ୟା 

ରାଉରକେଲା: ଦୁଇ ଦିନରେ ଗୋଟିଏ ବିଭାଗର ଦୁଇ ଡାକ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ଗତ ଦୁଇ ଦିନ ତଳେ ଜଣେ  ବିବାହିତା ମହିଳା ବାପ ଘରେ ଆତ୍ମହତ୍ୟା କରିଥିଲେ। ଦିନକ ପରେ ଅର୍ଥାତ୍ ଗତକାଲି ରାତିରେ ବେକରେ ଗାମୁଚ୍ଛା ଲଗାଇ ଅନ୍ୟ ଜଣେ ଡାକ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ମୃତ କର୍ମଚାରୀ ଜଣକ ହେଲେ ସେକ୍ଟର-୬ ପିଆଣ୍ଡ ଟି କଲୋନିର ଦିନେଶ ଆଡଭାନୀ (୩୦)।

ସେ ଟ୍ରାଫିକ୍ ଗେଟ୍ ସମ୍ମୁଖ ଆର୍ଏସ୍ପି ପରିସରେ ଥିବା ପୋଷ୍ଟ ଅଫିସ୍ରେ ଚାକିରି କରୁଥିଲେ। ସେକ୍ଟର-୭ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ  କରି ଘଟଣାର ତଦନ୍ତ ଚଳାଇଛି। ମୃତ ଦିନେଶଙ୍କ ବାପା କିଛି ବର୍ଷ ଆଗରୁ ମୃତ୍ୟୁବରଣ କରିଥିଲେ। ସେ ମା’ ଙ୍କ ପାଖରେ ରହୁଥିଲେ।

ଗତ ଦୁଇ ଦିନ ତଳେ ସେହି ପୋଷ୍ଟ ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା ନିଜ ବାପଘରେ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ଦୁଇ ଦିନ ବ୍ୟବଧାନରେ ଗୋଟିଏ ବିଭାଗରେ କାମ କରୁଥିବା ଜଣେ ମହିଳା ଓ ଜଣେ ପୁରୁଷ କର୍ମଚାରୀଙ୍କ ଆତ୍ମହତ୍ୟାଙ୍କୁ ନେଇ  ନାନା କଥା ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର