ଫୁଲବାଣୀ: ପୁଣି ଲଜ୍ଜା। କନ୍ଧମାଳରେ ଜଣେ ୧୩ ବର୍ଷ ନାବାଳିକାକୁ ଜଙ୍ଗଲକୁ ନେଇ ଦୁଇ ବିବାହିତ ଯୁବକ ଗଣଦୁଷ୍କର୍ମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତାର ବାପା ଏ ନେଇ ଅଭିଯୋଗ କରିବା ପରେ ଫୁଲବାଣୀ ଟାଉନ ଥାନା ପୁଲିସ ଫେରାର ଥିବା ବିବାହିତ ୨ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଦ୍ବୟ ହେଲେ ଜାମୁଝର ପଞ୍ଚାୟତ କଳାବାଗର ଅଗସ୍ତି ବେହେରା ଓ ସୁରଥ ବେହେରା। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଆଇଆଇସି ସୁଶାନ୍ତ କୁମାର ସେଠୀ କହିଛନ୍ତି। ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନ କରାଯାଉ ବୋଲି ଦାବି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ମାସ ୨୮ ତାରିଖ ସକାଳେ ଫୁଲବାଣୀ ସହର ନିର୍ଦ୍ଦିଷ୍ଟ ଏକ ସାହିର ୧୩ ବର୍ଷର ନାବାଳିକା ସରକାରୀ ଆଇଟିଆଇ ଛକରେ ଥିବା ଜଣେ ସାଙ୍ଗ ଘରକୁ ଚାଲି ଚାଲି ଯାଉଥିଲେ। ଏ ସମୟରେ ସଦର ଥାନା ଜାମୁଝର ପଞ୍ଚାୟତ କଳାବାଗର ଦୁଇ ଅଭିଯୁକ୍ତ ଅଗସ୍ତି ଓ ସୁରଥ ଏକ ସ୍କୁଟିରେ ସେହି ବାଟ ଦେଇ ଯାଉଥିଲେ। ନାବାଳିକାକୁ କୁଆଡ଼େ ଯାଉଛ ବୋଲି ପଚାରି ସାଙ୍ଗ ଘରେ ଛାଡ଼ି ଦେବାକୁ କହିଥିଲେ। ସେମାନଙ୍କ କଥାରେ ବିଶ୍ବାସ କରି ନାବାଳିକା ଜଣକ ସ୍କୁଟି ପଛରେ ବସିଥିଲା। ତାପରେ ଦୁହେଁ ନାବାଳିକାକୁ ସାଙ୍ଗ ଘର ପାଖରେ ଛାଡ଼ିବା ବଦଳରେ ଭେଟଖୋଲ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ଦୁହେଁ ଦୁଷ୍କର୍ମ କରିଥିଲେ ଓ ଏହାପରେ ନାବାଳିକାକୁ ଆଣି ଆଇଟିଆଇ ଛକରେ ଛାଡ଼ି ଦେଇଥିଲେ। ଏକଥା କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇ ଦୁହେଁ ସେଠାରୁ ପଳାଇଥିଲେ। ନାବାଳିକା ଜଣକ ଘରକୁ ଆସି ଘଟଣା ସମ୍ପର୍କରେ କାହାକୁ କହି ନଥିଲା। କିଛି ଦିନ ପରେ ସେ ଘଟଣା ସମ୍ପର୍କରେ କହିବା ପରେ ବାପା ଏ ନେଇ ଅଗସ୍ତି ଓ ସୁରଥଙ୍କୁ ପଚାରିଥିଲେ।
India Todayସେମାନେ ଦେଖିଦେବୁ କହି ଧମକଚମକ ଦେବାରୁ ପୀଡ଼ିତା ନାବାଳିକା ଗତ ୨୩ ତାରିଖରେ ଫୁଲବାଣୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କେସ୍ ନଂ ୧୬୬/୨୦୨୦ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ନିକଟରେ ଅଭିଯୋଗ ହେବା ଜାଣି ୨୩ ତାରିଖ ରାତିରେ ଦୁଇ ଅଭିଯୁକ୍ତ ଘର ଛାଡ଼ି ଫେରାର ହୋଇ ଯାଇଥିଲେ। ଗତକାଲି ପୁଲିସ ଗୋଛାପଡ଼ା ଅଞ୍ଚଳରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲା। ଆଜି ଡାକ୍ତରୀ ମାଇନା ପରେ ପୀଡ଼ିତା ନାବାଳିକାକୁ କୋର୍ଟରେ ହାଜର କରା ଯାଇଥିଲ। ବୟାନ ରେକର୍ଡ଼ ପରେ ନାବାଳିକାକୁ ଘୁ.ଉଦୟଗିରି ସୁଭଦ୍ରା ମହତାବ ସୁଧାର ଗୃହକୁ ପଠାଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/rape_0_0.jpeg)