ଅନୁଗୁଳ : ଅନୁଗୁଳ ଥାନା ଶାବଳଭଙ୍ଗା ଗାଁରେ ମାତ୍ର ଟ୍ୟୁସନ୍ ଫି’ ୩୦୦ ଟଙ୍କା ପାଇଁ ଜଣେ ମହିଳା ନିଜ ସହ ୨ଟି ଛୋଟ ପୁଅଙ୍କୁ ନିଆଁରେ ଜାଳି ଦେଇଛନ୍ତି। ଏଥିରେ ଗତକାଲି ବଡ଼ପୁଅ ପ୍ରାଣ ହରାଇଥିଲାବେଳେଆଜି ସକାଳେ ମହିଳାଭ୍କ ସାନପୁଅର ମୃତ୍ୟୁ ଘଟିଛି। ମହିଳାଜଣକ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ତେବେ ତାଙ୍କୁ ଓ ତାଙ୍କ ଦୁଇ ପୁଅଙ୍କୁ ୩ ଜଣ ପୋଡ଼ି ହତା ଉଦ୍ୟମ କରିଥିବା ନେଇ ମହିଳାଙ୍କ ବୟାନକୁ ରେକର୍ଡ କରି ପୁଲିସ୍ ତଦନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ମୁଦୁଲି ସାହିର ପବିତ୍ର ବେହେରାଙ୍କ ପତ୍ନୀ ବଚନ ବେହେରା ଓ ତାଙ୍କ ଦୁଇ ପୁଅ ରାହୁଲ ବେହେରା(୭) ଓ ବର୍ଷକର ସାନ ପୁଅ ଅଭିମନ୍ୟୁ ବେହେରା(ଦୁଇ ବର୍ଷ) ଗତକାଲି ଭୋର ବେଳା ଅତି ରହସ୍ୟଜନକଭାବେ ପୋଡି ହୋଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଲୋକେ କହିଛନ୍ତି ଯେ ବଚନ ନିଜ ସହିତ ଦୁଇ ପୁଅଙ୍କ ଦେହରେ କିରୋସିନି ଢ଼ାଳି ନିଆଁ ଳଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ଜଳାପୋଡ଼ା ଘଟଣା ଜଣାପଡ଼ିବା ପରେ ଉଭୟ ମା’ ଓ ଦୁଇ ଛୁଆଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।ତେବେ ବଚନ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ତିନି ଜଣ ଲୋକ ତାଙ୍କୁ ଜାଳି ଦେଇଥିବାବୟାନ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଥିରୁ ବଡ଼ ପୁଅ ରାହୁଲ ଗତକାଲିି ଅପରାହ୍ଣରେ ଆଖି ବୁଜିଥିବା ବେଳେ ସାନ ପୁଅ ଅଭିମନ୍ୟୁ ଆଜି ସକାଳେ ଆଖିବୁଜିଛନ୍ତି। କେବଳ ବଚନ ମୃତ୍ୟୁ ସହିତ ଡାକ୍ତରଖାନାରେ ସଂଗ୍ରାମ କରୁଛନ୍ତି।
ଅନୁଗୁଳ ନିଆଁରେ ପୋଡ଼ି ୩ ଗୁରୁତର ଘଟଣା : ବଡ଼ ପୁଅ ପରେ ସାନପୁଅର ମୃତ୍ୟୁ, ଜୀବନ ପାଇଁ ସଂଘର୍ଷ କରୁଛି ମାଆ
/sambad/media/post_attachments/wp-content/uploads/2018/11/angul18.11.18-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)