ଧାନ କିଣାରେ ଅନିୟମିତତା ଅଭିଯୋଗରେ ଦୁଇ ନିଲମ୍ବିତ

ଭୁବନେଶ୍ୱର: ଧାନ କିଣାରେ ଅନିୟମିତତା ଅଭିଯୋଗରେ ନିଲମ୍ବିତ ହେଲେ ଦୁଇ ଅଧିକାରୀ | ଦୁଇ ଅଧିକାରୀଙ୍କ ମଧ୍ୟରୁ ଜଣେ ସମ୍ପାଦକ ହୋଇଥିବାବେଳେ ଅନ୍ୟ ଜଣେ କ୍ୟାସିୟର ବୋଲି ଜଣାପଡିଛି | ମିଳିଥିବା ସୂଚନା ମୁତାବକ ସମବାୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଉଲ୍ଲଂଘନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ଅଧୀନସ୍ଥ ପଲେଇ ପ୍ରାଥମିକ କୃଷି ସମବାୟ ସମିତିର ସେଲସ୍ମ୍ୟାନ୍ ତଥା କାର୍ଯ୍ୟକାରୀ ସଂପାଦକ କ୍ଷୀରୋଦ ଚନ୍ଦ୍ର ଭଦ୍ର ଏବଂ କ୍ୟାସିୟର ତଥା ଲେଜର କ୍ଲର୍କ ହିମାଂଶୁ ଶେଖର ପରିଡ଼ାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛିା

କେନ୍ଦ୍ରାପଡ଼ା ସର୍କଲର ସହକାରୀ ରେଜିଷ୍ଟ୍ରାର, ସମବାୟ ସମିତି ସମୂହଙ୍କ ପତ୍ର ଏବଂ ପଲେଇ ପ୍ୟାକ୍ସର ପ୍ରଶାସକଙ୍କ ରିଜୋଲ୍ୟୁସନ୍ ଅନୁସାରେ ଉଭୟଙ୍କୁ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛିା ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର