ଇବ୍ଥର୍ମାଲ: ଲଖନପୁର ବ୍ଲକ୍ କୁମ୍ଭାରବନ୍ଧ ପାଣ୍ଡି ଅର୍ନ୍ତଗତ ପିପିଲିକାନୀ ପଞ୍ଚାୟତର ଭେଜିକୁଦ ଗ୍ରାମରେ ଏକ ବିଏସ୍ଏନ୍ଏଲ୍ ଟାୱାରେ ବ୍ୟବହୃତ ଲୁହା ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ୨ ଜଣ ଚୋର ଶୁକ୍ରବାର ରାତିରେ ଧରା ପଡ଼ିଥଲେ। ପୁଲିସ ସେମାନକୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି।
ପ୍ରାପ୍ତ ସୂଚନାନୁସାରେ ବ୍ରଜରାଜନଗର ବୁନ୍ଧିଆ କଲୋନିର ରୋହିତ କୁମାର ଓ ମାଧ ସାହୁ ଭେଜିକୁଦ ଗାଁ’ ନିକଟ ଏକ ମୋବାଇଲ୍ ଟାୱାରରୁ ଲୁହା ଚୋରି କରିବା ପାଇଁ ପ୍ରୟାସ କରୁଥିଲେ। ତେବେ ସେମାନଙ୍କୁ ଗାଁ ଲୋକେ ଧରି ଅଟକ ରଖିବା ସହ ବନହରପାଲି ଥାନାକୁ ସୂଚନା ଦେଇଥିଲେ। ପୁଲିସ୍ ସେମାନଙ୍କୁ ଗିରଫ କରିବା ସହ ମାମଲା ରୁଜୁ ପରେ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/arrest1.jpg)