କେନ୍ଦୁଝର: କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ମହୁଲଡିହା ଗାଁ ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି | ଗୋଟିଏ ଟ୍ରକକୁ ପଛରୁ ଆଉ ଏକ ଟ୍ରକ୍ ଧକ୍କା ଦେବା ପରେ ଟ୍ରକଟିରେ ନିଆଁ ଲାଗିଯାଇଥିଲା । ଆଉ ଟ୍ରକ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ପୁଲିସ ଓ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ଜୀବନ୍ତ ଦଗ୍ଧ ଡ୍ରାଇଭରକୁ ଉଦ୍ଧାର କରିଥିଲେ |

Advertisment

ଘଟଣାଟି ଆଜି ଭୋର ୪ଟାରେ ଘଟିଥିବାର ଜଣାପଡିଛି । ଦୁଇଟି ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ଲୁହା ଚାଦର ବୋଝେଇ ଟ୍ରକକୁ ପଛରୁ ଏକ ଟ୍ରକ ଧକ୍କା ଦେବା ଫଳରେ କୌଣସି କାରଣରୁ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଡ୍ରାଇଭର ଜଣଙ୍କ ବାହାରି ନ ପାରିବାରୁ ଜୀବନ୍ତ ପୋଡ଼ି ଯାଇଥିଲେ ।