ବେଆଇନ ମାଙ୍କଡ଼ା ପଥର ବୋଝେଇ ୨ ଟ୍ରକ ଜବତ, ଜରିମାନା

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ତହସିଲ ଅଧୀନରେ ତହସିଲଦାର ପଦ୍ମଚରଣ ସାହୁଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ବେଆଇନ ମାଙ୍କଡ଼ା ପଥର ଚାଲାଣ କରୁଥିବା ୨ଟି ଟ୍ରକ୍କୁ ଜବତ କରାଯାଇ ଜୋରିମାନା ଆଦାୟ କରାଯାଇଛି ।

ତହସିଲଦାର ଶ୍ରୀସାହୁଙ୍କ ସୂଚନାନୁସାରେ, ଆଜି ସକାଳେ ନବୀନାବାଗ-ନୂଆ ବସଷ୍ଟାଣ୍ଡ ରାସ୍ତାରେ ଏକ ମାଙ୍କଡ଼ାପଥର ବୋଝେଇ ଟ୍ରକକୁ ଧରାଯାଇଥିଲା । ସେହିଭଳି ଓଳଟାଙ୍ଗୀ-ମଳିପଡ଼ା ରାସ୍ତାରେ ଅନୁରୂପ ଭାବେ ବେଆଇନ ମାଙ୍କଡ଼ାପଥର ଚାଲାଣ କରୁଥିବା ଅନ୍ୟ ଏକ ଟ୍ରକକୁ ଧରାଯାଇଥିଲା । ଉଭୟ ଟ୍ରକଠାରୁ ୬୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ସମ୍ବନ୍ଧିତ ଖବର