ମାଙ୍କଡ଼ା ପଥର ଚାଲାଣ ବେଳେ ୨ ଗାଡ଼ି ଜବତ

ଖୋର୍ଦ୍ଧା: ଆଜି ବେଆଇନ କଳାମୁଗୁନି ପଥର ଓ ମାଙ୍କଡ଼ା ପଥର ଚାଲାଣ କରୁଥିବ ଦୁଇ ଗାଡ଼ିକୁ ଜିଲ୍ଲା ପ୍ରଶାସନ ଜବତ କରିଛି । ସେମାନଙ୍କ ନିକଟରୁ ୬୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏନେଇ ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ ସୂଚନା ଦେଇ କହିଛନ୍ତି ଯେ ଆଜି ଅପରାହ୍ଣରେ ସେ ଅନ୍ୟ ପ୍ରଶାସନିକ କାର୍ଯ୍ୟରେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ହାଇୱା କଳାମୁଗୁନି ପଥର ନେଉଥିବା ବେଳେ ଦେଖି ଅଟକାଇଥିଲେ ।

ନଥିପତ୍ର ଯାଂଚରେ ଏହା ଚୋରା ଚାଲାଣ ବୋଲି ଜଣାପଡ଼ିଥିଲା । ଏହାପରେ ହାଇୱାଟିକୁ ଜବତ କରି ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟକୁ ପଠାଯିବା ସହ ଟ୍ରକ ମାଲିକଙ୍କ ଠାରୁ ୬୦ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସେହିଭଳି ଜଙ୍କିଆ ନିକଟରେ ମାଙ୍କଡ଼ା ପଥର ଚୋରା ଚାଲାଣ ବେଳେ ଏକ ଟ୍ରାକ୍ଟରକୁ ଜବତ କରାଯାଇ ପଦକ୍ଷେପ ପାଇଁ ଜଙ୍କିଆ ଥାନାକୁ ହସ୍ତାନ୍ତର କରାଯାଇଛି ।

ଆଜି ଗୋଟିଏ ଦିନରେ ଖୋର୍ଦ୍ଧା ଉପଖଣ୍ଡରୁ ବେଆଇନ ଲଘୁ ଖଣିଜଦ୍ରବ୍ୟ ଚାଲାଣ ବେଳେ ଧରାପଡ଼ିଥିବା ଗାଡ଼ିଗୁଡ଼ିକ ଠାରୁ ୮୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହା ମଧ୍ୟରୁ ଖୋର୍ଦ୍ଧା ତହସିଲରୁ ୬୫ ହଜାର ଓ ବେଗୁନିଆ ତହସିଲରୁ ୧୫ ହଜାର ଟଙ୍କା ରହିଛି ।

ସମ୍ବନ୍ଧିତ ଖବର