ପୁରୀ: ଗେଷ୍ଟ ହାଉସ୍‌ରୁ ୨ ଦେହଜୀବୀଙ୍କ ସହିତ ୪ ଗ୍ରାହକ ଗିରଫ

ପୁରୀ: ପୁରୀ ସହରରେ ଥିବା ଏକ ଗେଷ୍ଟ ହାଉସରେ ଚଢ଼ାଉ କରି ପୁଲିସ ୨ ଜଣ ଦେହଜୀବୀଙ୍କ ସହିତ ୪ ଜଣ ଗ୍ରାହକଙ୍କୁ ଗିରାଫ କରିଛନ୍ତି। ଆଜି ସେମାନଙ୍କ ଡାକ୍ତରୀ ମାଇନା ସରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।
ଟାଉନ୍‌ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ ସହରର ନରେନ୍ଦଅ୍ରକୋଣ ଅଞ୍ଚଳରେ ଥିବା ମହାେଓ୍ଵର ଗେଷ୍ଟ ହାଉସରେ ଦେହ ବ୍ୟବସାୟ ଚାଲିଥିବା ନେଇ ପୁଲିସକୁ ଗୁପ୍ତ ସୂଚନା ମିଳିବା ପରେ ପୁଲିସ ଗେଷ୍ଟ ହାଉସ୍‌ ଉପରେ ନଜର ରଖିଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ଦେହଜୀବୀଙ୍କ ସହିତ ଗ୍ରାହକ ଥିବାର ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା । ଦୁଇଟି ରୁମ୍‌୍‍ ଭିତରେ ଅସଞ୍ଜତ ଅବସ୍ଥାରେ ଥିବା ଦୁଇଜଣ ଦେହଜୀବୀଙ୍କ ସହିତ ୪ ଜଣ ଗ୍ରାହକଙ୍କୁ ପୁଲିସ ଘଟଣାସ୍ଥଳରୁ ଗିରଫ କରିଛି ବୋଲି ଟାଉନ୍‌ ଥାନା ସୂତ୍ରରୁ ସୂଚନା ମିଳିଛି। ଦେହଜୀବୀ ମାନେ ପୁରୀ ଜିଲ୍ଲା ବାହାରର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର