ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଅଞ୍ଚଳର ଚନ୍ଦନପୁର ଠାରେ ଥିବାଏକ କୁକୁଡ଼ା ଫାର୍ମରେ ୨ ଜଣ ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତ ମହିଳାଦ୍ୱୟଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ। ଖବର ପାଇ ପୁଲିସ ମୃତଦେହ ଦୁଇଟିର ପଞ୍ଚନାମ କରି ବ୍ୟବଛେଦ ପାଇଁ ପଠାଇଛି। ତେବେ ବିଷାକ୍ତ ମଦପିଇ ଏହି ମହିଳାଦ୍ୱୟଙ୍କର ମୃତ୍ୟୁ ଘଟିିଥିବା ଚର୍ଚ୍ଚା ହେଉଛିି।
ପୁଲିିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନପୁର ଠାରେ ଥିବା ଅରୁଣ ସିଂହଙ୍କ କୁକୁଡ଼ା ଫାର୍ମରେ ସୁନ୍ଦରଗଡ଼ର କୋଇଡ଼ା ଅଞ୍ଚଳର ୫ ଜଣ ଶ୍ରମିକ କାର୍ଯ୍ୟ କରନ୍ତି। ଗତକାଲି ରାତିରେ ସେମାନଙ୍କ ମଧ୍ୟରୁ ବୁଦୁନି ନାୟକ(୫୫ ବର୍ଷ) ଓ ବିମଳା ନାୟକ(୫୦ ବର୍ଷ) ଖାଦ୍ୟ ଖାଇବା ପରେ ମଦ ପିଇ ଶୋଇଥିଲେ। ତେବେ ଆଜି ଅନ୍ୟ ଶ୍ରମିକମାନେ ସେମାନଙ୍କୁ ଡ଼ାକିବାରୁ ସେମାନେ ଉଠ ିନ ଥିଲେ। ପରେ ସେମାନେଙ୍କର ମୃତ୍ର ଘଟିିଥିବା ଜଣାପଡ଼ିବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ରାତିରେ ମହିଳା ଶ୍ରମିକ ଦ୍ୱୟ ଯେଉଁ ମଦ ପିଇଥିଲେ ତାହା ବିଷାକ୍ତ ଥିବାରୁ ଏହାକୁ ପିଇବା ପରେ ସେମାନଙ୍କର ମୃତ୍ୟୁ ଘଟିଥିବା ଚର୍ଚ୍ଚା ହେଉଛି। ତେବେ ପୁଲିସ ଶବ ବ୍ୟବଛେଦ ରିପୋର୍ଟ ଆଧାରରେ ତଦନ୍ତ କରାଯିବ ବୋଲି କହିଛି।
ଅନୁଗୁଳ: କୁକୁଡ଼ା ଫାର୍ମରେ ୨ ମହିଳାଙ୍କ ସନ୍ଦେହଜନ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଆଶଙ୍କା
/sambad/media/post_attachments/wp-content/uploads/2018/11/Two-Woman-Died-in-Angul_21.11.18_Thumbnail_2.jpg)