ଜୟପୁର: ଦିନକରେ ଦୁଇ ବଧୁ ନିର୍ଯାତନା ମାମଲା ମହିଳା ଥାନାରେ ରୁଜୁ ହୋଇଛି। ପ୍ରଥମ ମାମଲାଟି ହେଉଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ଥାନା ଅର୍ନ୍ତଗତ ମୁରାନ ଗାଁର ସୁଜିତ ଖରାଙ୍କ ନାଁରେ ରୁଜୁ ହୋଇଛି। ଏହି ମାମଲାରେ ଅଭିଯୋଗକାରିଣୀ ଜଣକ ଦଶମନ୍ତପୁର ଥାନା ଅର୍ନ୍ତଗତ ମୁରାନ ଗାଁର ସବିନା ଚେଟୀ । ଉଭୟଙ୍କର ଗତ ୨୦୧୪ମସିହାରେ ପ୍ରେମବିବାହ ହୋଇଥିଲା। ଗତ ୯ ବର୍ଷ ହେବ ସ୍ବାମୀ ବାହା ହେବାର ମାସକ ପର ଠାର ଦାଦନ ଖଟିବାକୁ ଯାଉଛନ୍ତି।ସେଠାରୁ ମାତ୍ର ୭ଦିନ ପାଇଁ ଆସି ସାବିନାଙ୍କୁ ମାରପିଟ୍ କରୁଥିବା ଅଭିଯୋଗ ହୋଇଛି।ଗତ ଏପ୍ରିଲ ୧୧ ତାରିଖ ଦିନ ଦ୍ଵିତୀୟ ସ୍ତ୍ରୀ ଜେମା ନାମକ ଜୈନେକ ମହିଳାଙ୍କୁ ଦ୍ଵିତୀୟ ପତ୍ନୀ ବୋଲି ସୁଜିତ କହିଥିଲେ । ଏହା ସହ ଏକ ଲକ୍ଷ ଟଙ୍କା ଓ ବାଇକ୍ ଯଉତୁକ ରେ ମାଗିଥିଵା ମହିଳା ଥାନାରେ ଅଭିଯୋଗ କରିଥିବା କହିଛନ୍ତି ମହିଳା ଥାନା ଅଧିକାରୀ ମମତା ପାଣିଗ୍ରାହୀ।
ଦ୍ବିତୀୟ ମାମଲାଟିରେ କୁନ୍ଦୁରା ଥାନା ଅର୍ନ୍ତଗତ ଆମ୍ଵାଗୁଡା ଗାଁର ପରମାନନ୍ଦ ଜାନି ଗତ ୧୫ବର୍ଷ ତଳେ ସେହି ଗାଁର ତିଳୋତ୍ତମା ଜାନିଙ୍କୁ ବାହା ହୋଇଥିଲେ। ଏମାନଙ୍କର ୩ଟି ପୁଅ ରହିଛନ୍ତି । ଗତ ୨୩ତାରିଖ ଦିନ ପରମାନନ୍ଦ ମଦ୍ୟ ପାନ କରି ତିଳୋତ୍ତମା ଙ୍କୁ ମାରପିଟ୍ କରିଥିଲେ।ସେ ଚିକିମା ଗାଁ କୁ ଯାଇଥିବା ବେଳେ କୋଡିଙ୍ଗା ଥାନା ଅନ୍ତର୍ଗତ ଝରଣା ଗୁଡା ଗାଁ ର ଉଷା ମୁଦୁଲିଙ୍କୁ ଦ୍ଵିତୀୟ ପତ୍ନୀ ଭାବରେ ଆଣି ଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ମହିଳାଥାନା ପକ୍ଷରୁ ତଦନ୍ତ କରି ଅଭିଯୁକ୍ତ ସ୍ବାମୀ ପରମାନନ୍ଦ ଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କହିଛନ୍ତି ମହିଳା ଥାନା ଅଧିକାରୀ। ମାମଲା ଗୁଡ଼ିକର ତଦନ୍ତକାରୀ ଅଧିକାରୀ ଭାବେ ଏସ ଆଇ ଶୁକ୍ଳା ମଣ୍ଡଳ ଓ ଏଏସଆଇ ଜାଗିଲି ଗମାଙ୍ଗ ରହିଛନ୍ତି।