ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବନଖଣ୍ଡ ଅଧିନସ୍ଥ ବୌଦ୍ଧ ବନାଞ୍ଚଳ ଅନ୍ତର୍ଗତ ବଘିଆପଡ଼ା ସେକସନର ଗୁରୁଜିମୁଣ୍ଡା ଗ୍ରାମ ନିକଟରେ ୨ ଗୋଟି ଶାଳ ଗଣ୍ଡି ଜବତ କଲା ବନ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍ ସୋମବାର ମଲିକପଡ଼ା ବିଟ ଏରିଆରେ ପାଟ୍ରୋଲିଂ କରୁଥିବା ସମୟରେ ବଘିଆପଡ଼ା ସେକସନର ଗୁରୁଜିମୁଣ୍ଡା ଗ୍ରାମ ନିକଟରେ ଚୋରା ଚାଲାଣ କରିବାକୁ ରଖାଯାଇଥିବା ୨ ଗୋଟି ଶାଳ ଗଣ୍ଡିକୁ ବନବିଭାଗ ଟିମ୍ ଜବତ କରିଛନ୍ତି।
ଜବତ ଗଣ୍ଡି ଗୁଡ଼ିକର ଆନୁମାନିକ ମୂଲ୍ୟ ୧୫୦୦୦ ଟଙ୍କାରୁ ଅଧିକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଢ଼ାଉରେ ବନରକ୍ଷୀ ସୁଶାନ୍ତ କୁମାର ସାହୁ, ପ୍ରଶାନ୍ତ କୁମାର ସେଠୀ,ପ୍ରକାଶ କୁମାର ପ୍ରଧାନ, ସନ୍ତୋଷ ମଲ୍ଲିକ, ଦିପକ କୁମାର ନାୟକ, ରମାକାନ୍ତ ପାଣିଗ୍ରାହୀ ଏବଂ ଫରେଷ୍ଟ ସ୍କ୍ୱାର୍ଡ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/IMG-20230116-WA0039.jpg)