ଜୟପୁର: ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଛକୁଣ୍ଡ ଅଂଚଳର ୧୭ବର୍ଷର ପିଲା ମୁକୁନ୍ଦ କୂଳଦୀପ ସିକିଲସେଲ୍ (ରକ୍ତଶିକୁଳି)ରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଧିରେ ଧିରେ ତାଙ୍କ ରକ୍ତହୀନତା ବୃଦ୍ଧି ପାଇବା ସହ ହିମୋଗ୍ଲୋବିନ୍ ସ୍ତର ୪.୫କୁ ଖସି ଆସିଛି। ଚିକିତ୍ସା କରୁଥିବା ଡାକ୍ତରମାନେ ତୁରନ୍ତ ମୁକୁନ୍ଦକୁ ରକ୍ତ ନେବାକୁ ପରାମର୍ଶ ଦେଇଥିଲେ। ତାଙ୍କର ବ୍ଲଡଗ୍ରୁପ୍ ଓ ପଜିଟିଭ୍ । ତେବେ ଜୟପୁର ରକ୍ତଭଣ୍ଡାରରେ ଏହି ରକ୍ତ ନଥିଲା।

Advertisment

ପରିବାରବର୍ଗ ଏଭଳି ହଇରାଣ ହରକତ ହେଉଥିବା ସଂପର୍କରେ ଜୟପୁର ଏସଡିପିଓ ଜି.ବରୁଣ, ଟାଉନଥାନା ଆଇଆଇସି ବାଲେଶ୍ବର ଗିଦ୍ଧୀ ଜାଣିବା ପରେ ସମାଜସେବୀ କାର୍ତ୍ତିକ ରାଉତଙ୍କୁ ଯୋଗାଯୋଗ କରିଥିଲେ।

publive-image

ସେ ଜୟପୁର ସହରର ପାରାବେଡ଼ା ଅଂଚଳରେ ହର୍ବାଲ ଜୁସ୍ ସେଣ୍ଟରର ପରିଚାଳକ ବିଭୂତି ମହାପାତ୍ର ଓ ପୁଲିସ ବିଭାଗର କର୍ମଚାରୀ ପ୍ରମୋଦ ବେହେରାଙ୍କୁ ଯୋଗାଯୋଗ କରିଥିଲେ। ଉଭୟ ରକ୍ତଭଣ୍ଡାରକୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ଦୁଇ ୟୁନିଟ୍ ରକ୍ତ ମୁକୁନ୍ଦକୁ ଦିଆଯାଇଥିବା ସୂଚନା ମିଳିଛି।