ଢେଙ୍କାନାଳ: କୁଅରେ ପଡ଼ିଗଲା ୨ ବର୍ଷର ହାତୀ ଛୁଆ

ଢେଙ୍କାନାଳ/କାମାକ୍ଷାନଗର: ଆଜି ଢେଙ୍କାନାଳ ଜିଲ୍ଲା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ବାରୁଅ ପଞ୍ଚାୟତର ଜାମୁଝରା ଗାଁ ନିକଟରେ ଏକ କୁଅ ଭିତରେ ପଡ଼ି ଯାଇଥିବା ଏକ ଦୁଇ ବର୍ଷର ହାତୀ ଛୁଆକୁ ଉଦ୍ଧାର କରିଛି ବନବିଭାଗ। ହାତୀ ଛୁଆଟି କୂଅରେ ବାହାରିବା ପରେ ଧୀରେ ଧୀରେ ନିକଟସ୍ଥ ଜଙ୍ଗଲ ଭିତରକୁ ପଳାଇ ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ହାତୀ ପଲ୍ଲ ଜାମୁଝରା ଗାଁକୁ ଆସିଥିଲେ। ଏଥିରେ ଏହି ଛୋଟ ହାତୀ ଛୁଆଟି ମଧ୍ୟ ଥିଲା। ତେବେ ଗାଁଁ ବାହାରେ ଥିବା ବିଲରେ ଚାଷ ପାଇଁ ଏକ କୁଅ ଖୋଳା ଯାଇଥିଲା। ହାତୀ ଛୁଆଟି ସେହି କୁଅ ଭିତରେ ପଡ଼ି ଯାଇଥିଲା। କିଛି ସମୟ ହାତୀ ପଲ୍ଲ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସକାଳ ହେବାରୁ ହାତୀ ପଲ୍ଲ ସେ ସ୍ଥାନ ଛାଡ଼ିଚାଲି ଯାଇଥିଲେ। ଖବର ପାଇ ବନବିଭାଗ ସେଠାରେ ପହଞ୍ଚି ଏକ ଜେସିବି ସହଯୋଗରେ ମାଟି ଖୋଳି ହାତୀ ଛୁଆଟିକୁ ସେଥିରୁ ଉଦ୍ଧାର କରିଛି।

ସମ୍ବନ୍ଧିତ ଖବର