ପ୍ରେମଜନିତ କାରଣରୁ ଯୁବକକୁ ହତ୍ୟା ଘଟଣା: ୨୦ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଓଡିଆପେଣ୍ଠ ଗ୍ରାମପଞ୍ଚାୟତ ବିରିଗୁଡା ଗାଁର ଜକିଆ ମାଣ୍ଡିଙ୍ଗାର ମୃତ୍ୟୁ ରହସ୍ୟ ଧୀରେ ଧୀରେ ପଦାକୁ ଆସୁଛି। ଗତ ୨୩ ତାରିଖ ପୂର୍ବାହ୍ଣରେ ଜକିଆଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପରଡିଗୁଡା ଗାଁ ନିକଟସ୍ଥ ରେଲୱେ ଟ୍ରାକ୍‌ରୁ ମିଳିଥିଲାା ରେଲୱେ ଷ୍ଟେସନ ମାଷ୍ଟରଙ୍କ ସୂଚନା ପରେ ଲକ୍ଷ୍ମୀପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଲକ୍ଷ୍ମୀପୁର ଆଣି ଶବବ୍ୟବଚ୍ଛେଦ କରାଇଥିଲା ଓ ପରେ ବିରିଗୁଡା କଲୋନିର ଜକିଆ ମାଣ୍ଡିଙ୍ଗା ବୋଲି ପରିଚୟ ପାଇବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା ।

ଏନେଇ ଏକ ଅପମୃତ୍ୟୁ ମାମଲା ୩/୨୦୧୯ରେ ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିଲାା ତଦନ୍ତ ପରେ ପୁଲିସ ଆଜି ଜାକିଆ ମାଣ୍ଡିଙ୍ଗାଙ୍କ ମୃତ୍ୟୁ ହତ୍ୟା ଜନିତ ଓ ଏହା କୌଣସି ଆତହତ୍ୟା ନଥିଲା ବୋଲି ଏସଡିପିଓ ଅଶ୍ୱନି କୁମାର ନାୟକ ଓ ଆଇଆଇସି ମନୋଜ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତିା ପୁଲିସର ସୂଚନା ମୁତାବକ ବିରିଗୁଡା ଗାଁର ଜକିଆ ପେସାରେ ଜଣେ ହାଇୱା ଟିପର ଗାଡିର କ୍ଲିନର ଭାବେ କାମ କରିଥାଏ। ଗାଡିରେ କାମ କରିବା ଭିତରେ ପରଡିଗୁଡା ଗାଁର ଜଣେ ଯୁବତୀଙ୍କ ସହ ତାର ପ୍ରେମ ସଂପର୍କ ଗଢିଉଠିଥିଲାା ବର୍ତମାନ ଯୁବତୀ ଜଣକ ୩ ମାସର ଗର୍ଭବତୀ ହୋଇଥିବା ବେଳେ ଗ୍ରାମବାସୀ ଏ ବିଷୟରେ ଅବଗତ ହୋଇଯାଇଥିଲୋ କିଛି ଦିନ ତଳେ ଗ୍ରାମବାସୀ ଓ ସଂପୃୃକ୍ତ ଯୁବତୀର ସଂପର୍କୀୟ ଜକିଆଙ୍କୁ ବାହା ହୋଇଯିବା ସକାଶେ ପ୍ରସ୍ତାବ ଦେଇଥିଲୋ ଜକିଆ କିନ୍ତୁୁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ତାଙ୍କ ନିଜର ମାମଲା ଭିତରେ ତୁମେ ମାନେ କେହି ଆସନାହିଁ କହି ଏଡାଇଯାଇଥିଲାା

ଗତ ୨୨ ତାରିଖ ରାତିରେ ଜକିଆ ପୁଣି ଯୁବତୀଙ୍କ ଘରେ ଆସି ରହିଥିଲାା ପୂର୍ବରୁ ପ୍ରସ୍ତୁତି ହୋଇ ରହିଥିବା ତାଙ୍କ ସଂପର୍କୀୟ କାନ୍ତରା ମାଣ୍ଡିଙ୍ଗା ଓ ଗ୍ରାମବାସୀ ଜକିଆ ରାତିରେ ବାହାରକୁ ଆସିବା ବାଟକୁ ଚାହିଁ ଅପେକ୍ଷା କରିରହିଥିଲୋ ରାତି ପାଖାପାଖି ୩ଟାରେ ଯେତେବେଳେ ଜକିଆ ପରଡିଗୁଡାରୁ ବିରିଗୁଡା ଯିବା ପାଇଁ ବାହାରିଥିଲା ସେହି ସମୟରେ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲାା କାନ୍ତରା ମାଣ୍ଡିଙ୍ଗାଙ୍କ ସହ ଗ୍ରାମବାସୀ ଠେଙ୍ଗାରେ ପିଟି ପିଟି ଜକିଆଙ୍କୁ ନିସ୍ତୁକ ମାଡ ମାରିଦେଇଥିଲୋ ମାଡ ମରାଯିବା ପରେ ଯେତେବେଳେ ଜକିଆର ମୃତ୍ୟୁ ହୋଇଯାଇଛି, ସେମାନେ ଏହି ହତ୍ୟାକୁ ଛୁପାଇବାକୁ ଯାଇ ପରଡିଗୁଡା ନିକଟସ୍ଥ ରେଳ ଧାରଣାରେ ରଖିଦେଇଥିଲୋ ସକାଳୁ ରାଉଲକେଲା ଠାରୁ ଜଗଦଲପୁର ଅଭିମୁଖେ ଆସୁଥିବା ଟ୍ରେନ୍‌ ଜକିଆ ଉପର ମାଡି ଚାଲିଯାଇଥିଲା ଓ ଲକ୍ଷ୍ମୀପୁର ଷ୍ଟେସନରେ ଆସି ଡ୍ରାଇଭର କହିବା ପରେ ଷ୍ଟେସନ ମାଷ୍ଟର ଥାନାକୁ ଖବର ଦେବା ପରେ ପୁଲିସ ସେଠାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କର ତଦନ୍ତ ଜାରି ରଖିଥିଲାା ପୁଲିସ ଆଜି ଏହି ପ୍ରେମଜନିତ ହତ୍ୟାକାଣ୍ଡରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ କାନ୍ତରା ମାଣ୍ଡିଙ୍ଗା ସହ ୨୦ ଜଣଙ୍କୁ ଗିରଫ କରିଛିା

ସମ୍ବନ୍ଧିତ ଖବର