ଉତ୍କଟ ଶବ୍ଦ ସୃଷ୍ଟି କରୁଥିବା ୨୦ ବୁଲେଟ୍‌, ୬୨ଟି ଅତ୍ୟାଧୁନିକ ସାଇଲେନ୍ସର ଜବତ

କଟକ: ଉତ୍କଟ ଶବ୍ଦ ସୃଷ୍ଟି କରୁଥିବା ୨୦ ବୁଲେଟକୁ ଜବତ କରିଛି କମିସନରେଟ ପୁଲିସ। ଏହାସହ ୫ ଦୋକାନ ଉପରେ ଚଢାଉ କରି ୬୨ଟି ଅତ୍ୟାଧୁନିକ ଶବ୍ଦ ସାଇଲେନ୍ସର ଗାଡି ପାର୍ଟ ଜବତ କରିଛି। ପୌର ନିର୍ବାଚନ ପାଇଁ କମିସନରେଟ ପୁଲିସ ବେଶ ସଜାଗ ରହିଥିଲା ବେଳେ ସହରରେ ବିକଟାଳ ଶବ୍ଦଧାରୀ ଗାଡିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଯାହାକୁ ନେଇ  ସହରର ଛକ ଛକରେ ଉତ୍କଟ ଶବ୍ଦ ବୃଦ୍ଧି ପାଉଛି । ତେଣୁ ଏହି କ୍ରମରେ କଟକରେ ଆଜି ବିପୁଳ ପରିମାଣର ବୁଲେଟ ସହ ସାଇଲେନ୍ସର ଜବତ କରିଚି ଟ୍ରାଫିକ ପୋଲିସ। ଏନେଇ ସୂଚନା ଦେଇଛନ୍ତି ଟ୍ରାଫିକ ଏସସିପି।  ତେବେ ଏହି ନିୟମ ଭୁବନେଶ୍ଵରରେ ଆରମ୍ଭ ହେବାପରେ ଆଜି କଟକରେ ମଧ୍ୟ କଡାକଡି ଭାବରେ ଏହି ଉତ୍କଟ ଶବ୍ଦ ବାହାରୁ ଥିବା ଗାଡିକୁ ଜବତ କରିଛି ପୋଲିସ ।

ସମ୍ବନ୍ଧିତ ଖବର