ମୋହନା: ଗଛରେ ପିଟିହେଲା ଟ୍ରକ, ୨୦ ଶ୍ରମିକ ଆହତ

ମୋହନା: ଆଜି ଭୋରରୁ ୨୫ରୁ ଉର୍ଧ୍ୱ ଶ୍ରମିକଙ୍କୁ ନେଇ ମୋହନାରୁ ଅଡ଼ଭାକୁ ଯାଉଥିବା ଏକ ମିନିଟ୍ରକ ଭାରସାମ୍ୟ ହରାଇ ମୋହନା ଠାରୁ ୩ କିଲୋମିଟର ଦୂର କେନ୍ଦୁଘାଟି ନିକଟରେ ଏକ ଗଛରେ ବାଡେଇ ହୋଇଯାଇଛି। ଫଳରେ ମିନିଟ୍ରକରେ ଥିବା ୨୫ ଜଣ ଶ୍ରମିକଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର