ଗୋଟିଏ ପରିବାରର ତିନି ଜଣ କଲେ ରକ୍ତଦାନ, ଶିବିରରେ ୨୦ ୟୁନିଟ ରକ୍ତ ସଂଗ୍ରହ

ବିନିକା: ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ମେଘେଲା ଗ୍ରାମପଂଚାୟତ ଅଧିନସ୍ତ ଯଶପୁର ଗଣପତି କ୍ଳବ ଓ ସମ୍ବାଦ ଆମ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିନିକା ବ୍ଳକ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ ମୁଖ୍ୟ ଅତିଥି ଶିବିରକୁ ଉଦଘାଟନ କରିଥିଲେ । ଶିବିରରେ ବିନିକା ଭାରାପ୍ରାପ୍ତ ବିଡ଼ିଓ ନିରଞ୍ଜନ ନାଏକ ମୂଖ୍ୟବକ୍ତା, ମେଘେଳା ସରପଞ୍ଚ ମନୋଜ ସେଠୀ, ଅବସର ପ୍ରାପ୍ତ ଶିକ୍ଷକ ପ୍ରମୋଦ ପଣ୍ଡା, ସମାଜସେବି ଅଚ୍ୟୁତ କଣ୍ଟା, ପ୍ରତାପ ଚନ୍ଦ୍ର, ମନେଜ ସାହୁ, ସରୋଜ ସାହୁ, କୁହିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ପଧାନ, ଗଣପତି କ୍ଳବ ଚ୍ୟାରମ୍ୟାନ୍‌ ନିଳମଣୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲୋ

ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ, ଯଶପୁର ଗଣପତି କ୍ଳବର କର୍ମକର୍ତ୍ତା ରକ୍ତଦାନକୁ ତାଙ୍କ ନିଶା ହିସାବରେ ନେଇଛନ୍ତି । ରକ୍ତର ବିକଳ୍ପ ନାହିଁ। ରକ୍ତଦାନ କରି ଯେଉଁମାନେ ଅନ୍ୟମାନଙ୍କ ଜୀବନ ବଞ୍ଚାଉଛନ୍ତି, ସେମାନଙ୍କ ଦାନ ଠାରୁ ବଳି ଅନ୍ୟ କୌଣସି ବଡ଼ ଦାନ ସମାଜରେ ନାହିଁ । କରୋନା ପରିସ୍ଥିତିରେ ଯଶପୁର ଗଣପତି କ୍ଳବ ଓ ସମ୍ବାଦ ଆମ ଓଡ଼ିଶା ତରଫରୁ ଚଳିତ ବର୍ଷ ଦୁଇଥର ଯେଉଁ ରକ୍ତ ଦାନ ଶିବିର କରାଯାଇଛି ଏହା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏଭଳି ମହାନ କାମକୁ ବିନିକା ବ୍ଳକ ଅଧ୍ୟକ୍ଷ ଶ୍ରୀ ନନ୍ଦ ମୋର ତରଫରୁ ସବୁବେଳେ ସହଯୋଗ ରହିଥିବ ବୋଲି ମତ ପ୍ରକାଶ କରିଥିଲେ। ଉକ୍ତ ସଭାରେ ଗଣପତି କ୍ଳବ ସଭାପତି ପ୍ରହଲ୍ଲାଦ ପୋଢ ସଭାପତିତ୍ୱ କରିଥିଲେ। ଶିକ୍ଷକ ହିମାଂଶୁ ପଣ୍ଡା ସଭା ପରିଚାଳନା କରିଥିଲେ। ଶେଷରେ ଅକ୍ଷୟ କୁମାର ପୂଜାହାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରକ୍ତଦାତା ଜୀବନଦାତା

ଗଣପତି କ୍ଳବ ସଭାପତି ପ୍ରହଲ୍ଳାଦ ପୋଢ ଓ ତାଙ୍କ ଭାଇ ଦିନବନ୍ଧୁ ପୋଢ ପ୍ରଥମେ ରକ୍ତଦାନ କରିଥିଲେ। ଏହାପରେ, ସଞ୍ଜିବ ସାହୁ, ବିରଞ୍ଚି ତାଣ୍ଡି, ଆଦିତ୍ୟ ପ୍ରସାଦ ସାହୁ, ବିକାଶ ସାହୁ, ବିବେକା ନନ୍ଦ ସାହୁ, ର୍କିତ୍ତିଚନ୍ଦ୍ର ସାହୁ, ହିମାଂଶୁ ମେହେର, ମଧୁସୁଦନ ସାହୁ, ଦେବାନନ୍ଦ୍ର ଡ଼ାଙ୍ଗ, ଆହ୍ଵାନ ସାହୁ, ରୁଦ୍ରପ୍ରତାପ ନାଏକ, ଈଶ୍ୱର ସେଠୀ, ରାଜେଶ ଦନ୍ତା, ସତ୍ୟବାନ ସାହୁ, ଶଙ୍କର ମେହେର, ବିନିକା ସମ୍ବାଦ ପ୍ରତିନିଧି ଅକ୍ଷୟ କୁମାର ପୂଜାହାରୀ, ତାଙ୍କ ଧର୍ମପତ୍ନୀ ଗିତାଞ୍ଜଲି ପୂଜାହାରୀ ଓ ତାଙ୍କ ପୁତ୍ର ଅଭିଜିତ ପୂଜାହାରୀ ପ୍ରମୁଖ ରକ୍ତଦାନ କରିଥିଲେ । ପିତାମ୍ବର ସାହୁ, ଗୋପିନାଥ ପୋଢ, ବ୍ରହ୍ମା ସେଠୀ, ନବିନସାହୁ, ଟୁନୁ ସାହୁ, ପ୍ରମୋଦ ସେଠି, ରାଜରାମ ସାହୁ, ସମେତ ଗଣପତି କ୍ଳବ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର