କଟକ: ଆଜି କଟକ ସହରରୁ ମୋଟ ୨୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସରକାରୀ ସଂଗରୋଧରୁ ୫୬ ଜଣ, ଗୃହ ସଂଗରୋଧରୁ ୭୪ ଜଣ ଓ ସ୍ଥାନୀୟ ଅଂଚଳରୁ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
ସିଏମ୍ସି ପକ୍ଷରୁ କୁହାଯାଇଛି ଯେ, ଆଜି ଏସ୍ସିବି ଆଇସୋଲେସନ୍ରୁ ଜଣେ ମହିଳାଙ୍କ ସମେତ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ସରକାରୀ ସଂଗରୋଧରୁ ଚିହ୍ନଟ ହୋଇଥିବା ୫୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୩୬ ଜଣ ପୁରୁଷ, ୧୨ ଜଣ ମହିଳା ଓ ୬ ଜଣ ପୁରୁଷ କୋଭିଡ ଯୋଦ୍ଧା ଅଛନ୍ତି।
/sambad/media/post_attachments/wp-content/uploads/2020/08/Egg1GyGU4AEweYO-888x1024.jpg)
ସୂଚନାଯୋଗ୍ୟ, କଟକ ସହରରୁ ଆଜି ପର୍ଯ୍ୟନ୍ତ ୪୩୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୬୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୭୫୨ ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ୨୩ ଜଣଙ୍କର ମୃତ୍ୟୁ ହୋଇଛି।
/sambad/media/post_attachments/wp-content/uploads/2020/08/Egg1GzhVoAEMti5-888x1024.jpg)
କଟକ ସହରରେ ଆଜି ଗୃହ ସଂଗରୋଧରୁ ମୋଟ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସିଡିଏ ସେକ୍ଟର-୬, କଲେଜ ଛକ, ବକ୍ସ ବଜାରରୁ ୫ ଜଣ ଲେଖାଏଁ, ଜଉନଲିଆ ପାଟଣା, ଶଙ୍କରପୁର, ଘୋଷ ବଜାର, ବାମ୍ଫି ସାହିରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/08/Egg1G0TUcAAi8wv-888x1024.jpg)
ଆଜି ସ୍ଥାନୀୟ ଅଂଚଳରୁ ଚିହ୍ନଟ ୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ କଲେଜ ଛକରୁ ୫ ଜଣ, ଜୋବ୍ରା, ରାଉସପାଟଣା, ବକ୍ସିବଜାର, ଚାଉଳିଆଗଂଜରୁ ୪ ଜଣ ଲେଖାଏଁ, ଦରଘାବଜାର, ଜଉନଲିପାଟଣା, ନୂଆ ବଜାରରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/b01f7ed7-0b00-41ee-9384-5221fab284e1.jpg)